ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ, ୫୦ ଆହତ

ଇସଲାମାବାଦ,୩୦ା୧: ପାକିସ୍ତାନର ପେଶଓ୍ବାରରେ ଥିବା ପୋଲିସ ଲାଇନ୍‌ ମସ୍‌ଜିଦରେ ସୋମବାର ଅପରାହ୍ନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଯେଉଁଥିରେ ଅତି କମ୍‌ରେ ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ସୁରକ୍ଷା ଅଧିକାରୀମାନେ କହିଛନ୍ତି, ଆତ୍ମହତ୍ୟା କରିଥିବା ବ୍ୟକ୍ତି ପ୍ରାର୍ଥନା ସମୟରେ ଆଗ ଧାଡ଼ିରେ ଠିଆ ହୋଇଥିଲେ। ସେତେବେଳେ ସେ ନିଜକୁ ବିସ୍ଫୋରଣ କରିଥିଲେ। ଫଳରେ ପ୍ରାର୍ଥନା କରୁଥିବା ଅନ୍ୟ ଲୋକମାନେ ମଧ୍ୟ ଆହତ ହୋଇଛନ୍ତି।

Share