ଶ୍ରୀଲଙ୍କାରେ ପୁଣି ବିସ୍ଫୋରଣ

କଲମ୍ବୋ,୨୫।୪: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋଠାରୁ ୪୦ କିଲୋମିଟର ଦୂର ପୁଗୋଡା ସହରର ମାଜିଷ୍ଟ୍ରେଟ ଅଦାଲତଙ୍କ ପଛପଟେ ଥିବା ଖାଲି ସ୍ଥାନରେ ଗୁରୁବାର ଏକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଓ ପୋଲିସ ପକ୍ଷରୁ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦିଆଯାଇଛି। ବିସ୍ଫୋରଣ ସର୍ମ୍ପରେ ଅଧିକ ତଥ୍ୟ ମିଳି ନ ଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଗତ ରବିବାର ଇଷ୍ଟର ପାଳନ ସମୟରେ ଶ୍ରୀଲଙ୍କାର ବିଭିନ୍ନ ଚର୍ଚ୍ଚ ଓ ହୋଟେଲରେ ହୋଇଥିବା ସିରିଏଲ ବିସ୍ଫୋରଣରେ ଏବେ ସୁଦ୍ଧା ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ଆହୁରି ଶତାଧିକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

Share