ସେନା ବସ୍‌ ଉପରେ ଗୁଳିମାଡ଼: ୧୮ ସୈନ୍ୟ ମୃତ୍ୟୁ, ୨୭ ଆହତ

ଡାମସକସ,୧୩।୧୦: ସିରିଆର ଡାମସକସ ନିକଟରେ ଗୁରୁବାର ଏକ ସେନା ବସ ଉପରେ ବୋମା ମାଡ କରାଯାଇଛି। ଏହି ଆକ୍ରମଣରେ ଅତିକମରେ ୧୮ ସୈନିକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି। ଗତ କିଛି ମାସ ମଧ୍ୟରେ ସିରିଆ ସରକାରୀ ସୈନ୍ୟ ବିରୋଧରେ ହୋଇଥିବା ଏହା ସବୁଠୁ ବଡ଼ ଘାତକ ଆକ୍ରମଣ। ଗୁରୁବାର ହୋଇଥିବା ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂସ୍ଥା ଦାୟୀ କରିନାହାଁନ୍ତି।
ଗତ କିଛି ବର୍ଷ ମଧ୍ୟରେ ସିରିଆରେ ଏହି ପ୍ରକାରର ଆକ୍ରମଣ ବୃଦ୍ଧି ପାଇଛି। ଏଥିରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
ଗତ ମାସରେ ମାର୍ଚ୍ଚରେ ଆତଙ୍କବାଦୀମାନେ କେନ୍ଦ୍ରୀୟ ସିରିଆର ପାଲମିରା ନିକଟରେ ଏକ ସାମରିକ ବସ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୩ ଜଣ ସୈନିକ ନିହତ ହୋଇଥିଲେ ଏବଂ ୧୮ ଜଣ ଆହତ ହୋଇଥିଲେ।

Share