Posted inଜାତୀୟ

ବିସ୍ଫୋରଣରେ ଥରି ଉଠିଲା ରାଜଧାନୀ, ଜଣେ ମୃତ ୩ ଗୁରୁତର

ନୂଆଦିଲ୍ଲୀ,୨୩।୧୦: ସକାଳୁ ସକାଳୁ ଏକ ବିସ୍ଫୋରଣ ରାଜଧାନୀ ଦିଲ୍ଲୀକୁ ଥରାଇ ଦେଇଛି। ବୁଧବାର ସକାଳେ ଦିଲ୍ଲୀର ବସନ୍ତ କୁଞ୍ଜରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ବସନ୍ତ କୁଞ୍ଜ ଅଞ୍ଚଳରେ ଏକ ଘରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣ ଏକ 2 BHK ଫ୍ଲାଟରେ ଘଟିଛି। ବିସ୍ଫୋରଣ ଘଟିବା ମାତ୍ରେ ପୁରା ଘରେ ନିଆଁ ଲାଗିଯାଇଥିଲା। ଏହି ଘଟଣାରେ ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ସୂଚନାନୁସାରେ, ଏହି ବିସ୍ଫୋରଣ ବସନ୍ତ କୁଞ୍ଜର କିଶାନ ଗରହରେ ଘଟିଥିଲା। କିଶାନ ଗରହର ଶନି ବଜାର ରୋଡରେ ଥିବା ଏକ ଚାରି ମହଲା କୋଠା ହଠାତ୍‌ ନିଆଁକୁ ଆୟତ୍ତ କରି ଶୀଘ୍ର ବ୍ୟାପିଗଲା। ଘଟଣାର ତୁରନ୍ତ ପରେ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପୋଲିସ ପ୍ରଶାସନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ବର୍ତ୍ତମାନ ନିଆଁ କିପରି ଘଟିଲା ତାହା ଜଣା ପଡିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ

ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ...

ହାସିନାଙ୍କ ପାଇଁ ବାଂଲାଦେଶରେ ପୁଣି ବଢିଲା ଉତ୍ତେଜନା, ବିପଦରେ ରାଷ୍ଟ୍ରପତି ଆସନ!

ଢାକା,୨୩।୧୦: ଶେଖ ହାସିନା ବାଂଲାଦେଶ ଛାଡିଛନ୍ତି। ବର୍ତ୍ତମାନ ସେ ଭାରତରେ ଅଛନ୍ତି। କିନ୍ତୁ ତାଙ୍କ ପାଇଁ ବାଂଲାଦେଶରେ ପୁଣି ଥରେ ଉାତ୍ତଜନା ଦେଖାଦେଇଛି। ସେ ତାଙ୍କ...

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି।...

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର...

ନଭେମ୍ବର ୪ରେ ଆରମ୍ଭ ହେବ ଜମ୍ମୁ-କଶ୍ମୀର ବିଧାନସଭା ଅଧିବେଶନ, ଭାଜପାକୁ ମିଳିପାରେ ଉପ ବାଚସ୍ପତି ପଦ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ନଭେମ୍ବର ୪ରୁ ଆରମ୍ଭ ହେବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଅଧିବେଶନ ନେଇ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ...

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

ବନ୍ଦ ହୋଇଯିବ ସମସ୍ତ ମାଗଣା ସରକାରୀ ଯୋଜନା! ମାଗଣାରେ ମିଳୁଥିବା ରାଶନ ବି….

ନୂଆଦିଲ୍ଲୀ, ୨୩।୧୦: ଦିପାବଳୀ ପୂର୍ବରୁ ସମସ୍ତଙ୍କୁ ଝଟ୍‌କା ଦେବାଭଳି ଖବର ସମସ୍ତଙ୍କୁ ଚିନ୍ତାରେ ପକାଇଛି। ହଁ, ଯଦି ଏହା ଠିକ୍‌ ତେବେ ଶୀଘ୍ର ସମସ୍ତ ମାଗଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri