ଝାରସୁଗୁଡ଼ା ଟିପିଏସ୍‌ଏଲ୍‌ କାରଖାନାରେ ବ୍ଲାଷ୍ଟିଂ

ଝାରସୁଗୁଡା ଅଫିସ,୨।୭- ଝାରସୁଗୁଡା ଲହଣ୍ଡାବୁଡ଼ସ୍ଥିତ ଟିପିଏସ୍‌ଏଲ୍‌ କାରଖାନାର ଏକ ମେଶିନ ଗୁରୁବାର ବ୍ଲାଷ୍ଟ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୭ରୁ ଊର୍ଦ୍ଧ୍ୱ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଏଠାରେ ବର୍ଣ୍ଣ ୟୁନିଟ୍‌ ନ ଥିବାରୁ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯିବାକୁ ବ୍ୟବସ୍ଥା କରାଯାଇଛି ବୋଲି ସିଡିଏମ୍‌ଓ ଡା ଜଗଦୀଶ ବାରିକ କହିଛନ୍ତି। ତେବେ ମେଶିନ କିଭଳି ପରିସ୍ଥିତିରେ ବ୍ଲାଷ୍ଟ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି।

Share