Categories: ବାଣିଜ୍ୟ

ସିମ୍ଫୋନିର ବିଏଲ୍‌ଡିସି ମଡେଲ ଉନ୍ମୋଚିତ

ଭୁବନେଶ୍ୱର,୨୧।୪: ଦେଶର ପ୍ରମୁଖ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦକ ସିମ୍ଫୋନି ଲିମିଟେଡ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରସ୍‌ଲେସ୍‌ ଡିସି ଇଲେକ୍ଟ୍ରିକ୍‌ ମୋଟର(ବିଏଲ୍‌ଡିସି) ପ୍ରଯୁକ୍ତି ମଡେଲ ରେଞ୍ଜକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଏଲ୍‌ଡିସି ପ୍ରଯୁକ୍ତି ଦ୍ୱାରା ପରିଚାଳିତ ବିଶ୍ୱର ସର୍ବପ୍ରଥମ ଏୟାର କୁଲର ବର୍ଗମାଳାକୁ ନିକଟରେ ଉନ୍ମୋଚନ କରିଛି। ଅତ୍ୟଧିକ ଶକ୍ତି ମିତବ୍ୟୟୀ ବିଏଲ୍‌ଡିସି ଏୟାର କୁଲର ଅନ୍ୟ କୁଲର ତୁଳନାରେ ୬୦% ପର୍ଯ୍ୟନ୍ତ କମ୍‌ ବିଦ୍ୟୁତ୍‌ ବ୍ୟବହାର କରିଥାଏ। ପରିଣାମ ସ୍ବରୂପ ପ୍ରତିବର୍ଷ ବିଦ୍ୟୁତ୍‌ ବିଲ୍‌ରେ ମଧ୍ୟ ପ୍ରାୟ ୨୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି କମ୍ପାନୀ ପକ୍ଷରୁ ବିଏଲ୍‌ଡିସି ବର୍ଗମାଳାରେ ୮୦ଲିଟର, ୫୫ ଲିଟର ଓ ୩୦ ଲିଟର କ୍ଷମତାର ୩ଟି ମଡେଲକୁ ବଜାର ପ୍ରବେଶ କରାଇଛି। ବିଶେଷକରି ଏହା ଅତ୍ୟଧିକ ଶକ୍ତି ମିତବ୍ୟୟୀ ହେବା ସହିତ ୭-ବେଗ ବିକଳ୍ପ ଏବଂ ୮ଘଣ୍ଟା ପର୍ଯ୍ୟନ୍ତର ନାଇଟ୍‌ ସ୍ଲିପ୍‌ ମୋଡ୍‌ ଟଚ୍‌ସ୍କ୍ରିନ୍‌ କଣ୍ଟ୍ରୋଲ ପ୍ୟାନେଲ ଭଳି ଅତିରିକ୍ତ ସୁବିଧା ରହିଛି। ସିମ୍ଫୋନି କୁଲରକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ପ୍ରତିବର୍ଷ ୧୮ଟି ଗଛ ବଞ୍ଚାଇବା ଭଳି କାର୍ବନ ଫୁଟ୍‌ପ୍ରିଣ୍ଟ କମ୍‌ କରିବ ଏବଂ ଏୟାର କଣ୍ଡିସନର ତୁଳନାରେ କେବଳ ୧୦% ବିଦ୍ୟୁତ୍‌ ବ୍ୟବହାର କରିବ।
ଏ ସମ୍ପର୍କରେ ସିମ୍ଫୋନି ଲିମଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଚଳ ବକେରି କହିଛନ୍ତି, ଆମେ ଆସନ୍ତାକାଲି ବିଷୟରେ ଆଜି ଭାବୁଛୁ। ଗ୍ରହ ଓ ସେଥିରେ ବାସ କରୁଥିବା ଲୋକମାନଙ୍କ ପାଇଁ ଭବିଷ୍ୟତ ଗଠନ କରିବା ଲାଗି ଆମେ ସର୍ବଦା ପ୍ରୟାସ କରୁଛୁ, ଯାହା ଆମର ବ୍ରାଣ୍ଡ୍‌ ଟ୍ୟାଗ୍‌ଲାଇନ୍‌ ‘ଥିଙ୍କିଙ୍ଗ୍‌ ଅଫ୍‌ ଟୁମରୋ’ ମାଧ୍ୟମରେ ପରିଚାଳିତ ହେଉଛି। ଏପରିକି ଆମର ବିଶ୍ୱାସ ରହିଛି ଯେ ଏହି ନୂଆ ଏୟାର କୁଲିଂ ବର୍ଗମାଳା ସହିତ ସିମ୍ଫୋନି ଏୟାର କୁଲିଂ ଭବିଷ୍ୟତରେ ବିପ୍ଳବ ଆଣିବ ଏବଂ ଗ୍ରାହକମାନଙ୍କୁ ଶୀତଳତା ପ୍ରଦାନକାରୀ ସମାଧାନର ବିଶ୍ୱସ୍ତରୀୟ ବ୍ରାଣ୍ଡ୍‌ ଭାବେ ନିଜ ସ୍ଥିତିକୁ ଆହୁରି ମଜଭୁତ କରିବ।

Share