ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା

ପୁରୀ,୧୩।୧୦: ପୁରୀ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତଛିଟା ପଡ଼ିଛି। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍‌ରୁ ଏଭଳି ଘଟିଛି। ସିଂହଦ୍ବାର ପୋଲିସ ପସରାଉଠା କର୍ମଚାରୀ ଓ ଉକ୍ତ ସେବାୟତଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ।
ସୂଚନାଯୋଗ୍ୟ, ପିଠା ପାଇଁ ଗର୍ଭଗୃହରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଏହି ରକ୍ତାକ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ମଧ୍ୟାହ୍ନ ଧୂପ ଉଠି ସାରିବା ପରେ ଯେଉଁ ପିଠା ଭୋଗ କରାଯାଇଥିଲା, ତାକୁ ନେବା ପାଇଁ ଜଣେ ପସରାଉଠା କର୍ମଚାରୀ ଆସିଥିଲେ। ସେ ପିଠା ନେଇ ଯାଉଥିବା ସମୟରେ ଜଣେ ସେବକ ଆସି ଗୋଟିଏ ପିଠା ନେଇ ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା।