ନୂଆଦିଲ୍ଲୀ, ୪ା୩: ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖାଯାଇଛି। ଶୁକ୍ରବାର ସେ କ୍ୱାଡ୍ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହୋଇଥିଲେ। ସେ ଏକାଧିକ ଫଟୋ ଟୁଇଟ୍ କରିବା ସହ ଭାରତ-ଆମେରିକା ରଣନୀତି ସହଯୋଗିତା ବଢ଼ାଇବାରେ ସହଯୋଗ କରିଥିବା ମୁମ୍ବାଇ, ହାଇଦ୍ରାବାଦ ସମେତ ବିଭିନ୍ନ ରାଜ୍ୟର ଆମେରିକା କନ୍ସୁଲେଟ୍ର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।