କରୋନାରେ ଆଖି ବୁଜିଲେ ଗୋଷ୍ଠୀ ଶିକ୍ଷା ଅଧିକାରୀ

ସୁନ୍ଦରଗଡ଼,୨୦।୫: କରୋନା ମହାମାରୀ ଯୋଗୁ ସୁନ୍ଦରଗଡ଼ ଜିଲାରେ ଗଲାଣି ଅନେକ ଜୀବନ। ଗୁରୁବାର ସନ୍ଧ୍ୟାରେ ସବ୍‌ଡ଼େଗା ବ୍ଲକ ଶିକ୍ଷା ଅଧିକାରୀ ଅଜୟ କୁମାର ଏକ୍କାଙ୍କ ସ୍ଥାନୀୟ ଏନ୍‌ଟିପିସି କୋଭିଡ୍‌ ହସ୍ପିିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୯ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ଜିଲା ଶିକ୍ଷାଧିକାରୀ ଡ. ପ୍ରମୋଦ କୁମାର ଷଡ଼ଙ୍ଗୀ, ଜିଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସୁଆର ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ଏକ୍କା ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଭାବେ କାର୍ଯ୍ୟ କରିଆସୁଥିଲେ।