
ଭଞ୍ଜନଗର,୨୮।୩(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଆର୍ଏମ୍ସି କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପଠାରେ ବ୍ଲକର ଅଙ୍ଗନବାଡି କର୍ମୀମାନଙ୍କୁ ନେଇ ଆମ କୁନି ପିଲା ବ୍ଲକ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଗୁରୁବାର ଉଦ୍ଘାଟିତ ହୋଇଯାଇଛି। ତିନିଦିନିଆ ଏହି ତାଲିମ ଶିବିର ରେ ନବଜାତକରୁ ତିନି ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କିଭଳି କାର୍ଯ୍ୟ କରାଯିବ ଓ ଅଙ୍ଗନବାଡି କର୍ମୀ ମାନଙ୍କ କ’ଣ ଭୂମିକା ରହିବ ସେନେଇ ଉପସ୍ଥିତ କର୍ମୀମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଶୁକ୍ରବାର ଦୁତୀୟ ଦିବସରେ ସିଡିପିଓ ମିଲିମା କୁମାରୀ ପଣ୍ଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଅତିଥି ଭାବେ ଯୋଗଦେଇ ଅଙ୍ଗନବାଡି କର୍ମୀଙ୍କ କର୍ତ୍ତବ୍ୟ ବାବଦରେ କହିଥିଲେ। ବ୍ରହ୍ମପୁର ଓ୍ବାନଷ୍ଟପ ସେଣ୍ଟର ଓ ଶକ୍ତି ସଦନ କେନ୍ଦ୍ରର ମହେଶ୍ବେତା ପାଢ଼ୀ, ସୌଦାମିନୀ ସାହୁ,ଲିପ୍ସା ରାଣୀ ଦାସ ପ୍ରମୁଖ ଯୋଗଦେଇ ଉପସ୍ଥିତ ଅଙ୍ଗନବାଡି କର୍ମୀଙ୍କୁ ଏ ବାବଦରେ ତାଲିମ ଦେଇଥିଲେ। ଏହା ସହ ବଳାତ୍କାର, ଅପହରଣ,ପାରିବାରିକ ହିଂସା, ଏସିଡ ଆକ୍ରମଣ, ଯୌନ ଉତ୍ପୀଡନ,ମହିଳା ଚାଲାଣ, ଶିଶୁ ଯୌନ ଉତ୍ପୀଡନ,ବାଲ୍ୟ ବିବାହ,ସାଇବର କ୍ରାଇମ,ଯୌତୁକ ର୍ନିଯାତନା ଓ ମୃତ୍ୟୁ ସମେତ ଅନ୍ୟାନ୍ୟ ହିଂସା ର ମନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ଏବଂ ଡାକ୍ତରୀ,ପୋଲିସ ଓ ଆଇନଗତ ଭଳି ଅନ୍ୟ ଯେକୌଣସି ସହାୟତା ବାବଦରେ ପରାମର୍ଶ ଦେଇଥିଲେ। ବ୍ଲକର ସମସ୍ତ ସେକ୍ଟର ସୁପରଭାଇଜର ଉପସ୍ଥିତ ରହି ତାଲିମ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।