ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା, ମହିଳା ସୁରକ୍ଷା ଆଇନ, ଅଧିକାର ଉପରେ ଆଲୋଚନା

ଦିଗପହଣ୍ଡି,୧୨।୨(ଅଶେଷ ନାଥ ମିଶ୍ର): ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଗଞ୍ଜାମ ଜିଲା ସମାଜ ମଙ୍ଗଳ କାର୍ଯ୍ଯାଳୟ ସହଯୋଗରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ସ୍ଥିତ ନନ୍ଦିଘୋଷ କଲ୍ଯାଣ ମଣ୍ଡପରେ ଦିଗପହଣ୍ଡି ବ୍ଲକ ସ୍ତରୀୟ ଆଇନ ସଚେତନତା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି।

ଦିଗପହଣ୍ଡି ସମନ୍ୱିତ ଶିଶୁ ପ୍ରକଳ୍ପ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସିଡିପିଓ ପୁଷ୍ପାଞ୍ଜଳି ଶତପଥି ଅଧ୍ୟକ୍ଷତା କରିଥିଲେ। ଗଞ୍ଜାମ ଜିଲା ସମାଜ ମଙ୍ଗଳ ଅଧିକାରୀ ପଦ୍ମିନୀ ସାହୁ, ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ଯମୁନା ନାଇକ, ତହସିଲଦାର ଅନିତା କୁମାରୀ ସାହୁ, ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ, ଖେମୁଣ୍ଡି ଓକିଲ ସଂଘର ସଭାପତି ହରପ୍ରସାଦ ରଥ, ବ୍ଲକ ଉପାଧ୍ଯକ୍ଷା ସୁକାନ୍ତି ପ୍ରଧାନ, ଏନ୍ଏସି ଅଧ୍ଯକ୍ଷ ପ୍ରଫୁଲ  ପଣ୍ଡା, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ଅଶୋକ କୁମାର କର୍ଣ୍ଣ ଏବଂ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ ପ୍ରମୁଖ  ଅତିଥି ଭାବେ ଯୋଗ ଦେଇଥିଲେ।

ବିଶେଷ କରି ମହିଳା ସୁରକ୍ଷା ଆଇନ, ମହିଳାଙ୍କ ଅଧିକାର ଏବଂ ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଅତିଥି ବୃନ୍ଦ ଆଲୋକପାତ କରିଥିଲେ। ପରେ ଜିଲା ଜୁଭେନାଇଲ ଜଷ୍ଟିସ ବୋର୍ଡ ସଭ୍ଯ ଆଇନଜୀବି ଅମୀୟ କୁମାର ତ୍ରିପାଠୀ ଏବଂ କୃଷ୍ଣଚନ୍ଦ୍ର ବେହେରା ଉପସ୍ଥିତ ସଭାରେ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ଉପରେ ସଚେତନ କରାଇଥିଲେ।

କାର୍ଯ୍ୟକ୍ରମକୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଅଙ୍ଗନୱାଡ଼ି ସୁପ୍ରଭାଇଜର, ଅଙ୍ଗନବାଡି କର୍ମୀ, ବିଭିନ୍ନ ମହାବିଦ୍ୟାଳୟ ର  ଛାତ୍ରୀ ବୃନ୍ଦ ଓ ବହୁ ସଂଖ୍ୟକ ମହିଳା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

ଡ୍ୟାମ ଗେଟ ବନ୍ଦ: ଧାନ ଫସଲକୁ ନେଇ ଚିନ୍ତାରେ ଚାଷୀ

କେନ୍ଦୁଝର,୨୮ା୪: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ କଣ୍ତରା ପଞ୍ଚାୟତ ଦାମପୁର ଓ କାନପୁର ଗ୍ରାମର ଚାଷୀମାନେ ଖରାଟିଆ ଧାନ ଫସଲ କରିଛନ୍ତି। ତେବେ କାନପୁର...

୨ ଦିବସୀୟ ରାଉରକେଲା ଗସ୍ତରେ ଡିଜି ଖୁରାନିଆ

ରାଉରକେଲା ,୨୮।୪(ସଂଗୀତା ଜେନା): ରାଜ୍ୟରେ ୧୨ ଜଣ ପାକିସ୍ତାନୀ ଅଛନ୍ତି। ସମସ୍ତଙ୍କୁ ଲିଭ ଇଣ୍ଡିଆ ନୋଟିସ ଦିଆଯାଇଛି। କେତେ ଜଣେ ପାକିସ୍ତାନୀ ଯାଇ ସାରିଲେଣି। ଏବେ...

ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କେନ୍ଦୁଝର,୨୮।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ବ୍ଲକ ଅଧୀନ ନରଣପୁରରେ ଥିବା ସାହୁ ଜୁଏଲାରୀ ମାଲିକ ଦୀପକ ସାହୁଙ୍କୁ ଆକ୍ରମଣ କରି ୫ ଲକ୍ଷରୁ...

ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଲା ଭାରତୀୟ କମ୍ୟୁନିଷ୍ଟ ପାର୍ଟି

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଜନ ସମସ୍ୟାର ସମାଧାନ ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ କମ୍ୟୁନିଷ୍ଟ ପାର୍ଟି। ଚାଷୀ, କ୍ଷେତ-ମଜଦୂର, ଶ୍ରମିକ ଏବଂ ଗରିବ ଜନସାଧାରଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image