Categories: ଦେବଗଡ଼

କଂଗ୍ରେସର ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ

ରିଆମାଳ, ୨୧।୧୨(ଡି.ଏନ୍‌.ଏ.) ଦେବଗଡ ଜିଲା ରିଆମାଳ ସଦର ମହକୁମା କଲ୍ୟାଣ ମଣ୍ଡପଠାରେ ଭାରତୀୟ ଜାତୀୟ କଂଗ୍ରେସର ଦଳକୁ ମଜବୁତ କରିବା ପାଇଁ ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ଲକର ପୂର୍ବତନ ସଭାପତି ପ୍ରସନ୍ନ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଦେବଗଡ ଜିଲା ପର୍ଯ୍ୟବେକ୍ଷକ ସସ୍ମିତା ବେହେରା ଯୋଗ ଦେଇ କର୍ମୀମାନଙ୍କୁ ତୃଣମୂଳ ସ୍ତରରୁ କିପରି ମଜବୁତ କରିହେବ ବୁଝାଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ସଭାପତି ଉମାଶଙ୍କରସାହୁ, ଜିଲା ଉପସଭାପତି ହେମନ୍ତ ସାହୁ, ମହିଳା ଜିଲାସଭାନେତ୍ରୀ ମଂଜୁଲତା ନାୟକ, ପଛୁଆ ବର୍ଗ ଜିଲା ସଭାପତି ନୟୀନ ଖଁା, ଏସ୍‌.ଟି. ସେଲ ସଭାପତି କ୍ଷେତ୍ରକୁମାର ପାତ୍ର, ଛେଣ୍ଡିପଦା ବ୍ଲକ ମହିଳା ସଭାନେତ୍ରୀ ଶୋଭାଗିନୀ ଗଡନାୟକ ମଞ୍ଚାସୀନ ଥିଲେ ା ବୈଠକରେ ବ୍ଲକର ନୂତନ ସଭାପତି ଭାବେ ଶୁଶିଳ କୁମାର ସାହୁଙ୍କୁ ମନୋନିତ କରାଯାଇଥିଲା ା ଏଥିରେ ବ୍ଲକର ବରିଷ୍ଠ କର୍ମୀ ରସାନନ୍ଦ ବିଶ୍ୱାଳ, ଧରଣିଧର ଗଡନାୟକ, ପ୍ରବୀର ଶତପଥି, ବଟକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ା ନୂତନ କର୍ମୀଭାବେ କୃଷ୍ଣଚନ୍ଦ୍ର ନାୟକ, ବଟକୃଷ୍ଣ ଦାଶ, ଅଶୋକ କୁମାର ପ୍ରଧାନ, ପିଣ୍ଟୁ ଭୋଇ ଯୋଗ ଦେଲେ ା ସର୍ବଶେଷରେ ନୂତନ ବ୍ଲକ ସଭାପତି ଧନ୍ୟବାଦ ଅର୍ପଣ କଲେ ା