Categories: ବାଣିଜ୍ୟ

ଆର୍‌ବିଆଇ ପକ୍ଷରୁ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ଭୁବନେଶ୍ୱର,୨।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ବାଲେଶ୍ୱର ଜିଲାରେ ବ୍ଲକ ସ୍ତରୀୟ ସର୍ବଭାରତୀୟ ଆର୍ଥିକ ସାକ୍ଷରତା କୁଇଜ ପ୍ରତିଯୋଗିତା ନିକଟରେ ଖଇରା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରତିଯୋଗିତାରେ ବାଲେଶ୍ୱର ଜିଲାର ଖଇରା, ସୋରୋ ଓ ସିମୁଳିଆ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଅଂଶଗ୍ରହଣ କରିଥିଲେ। ଏହି ପରିପ୍ରେକ୍ଷୀରେ ଆର୍‌ବିଆଇର ଲିଡ୍‌ ଡିଷ୍ଟ୍ରିକ୍ଟ ଅଫିସର ରଶ୍ମିରଞ୍ଜନ ସାହୁଙ୍କ ସମେତ ବାଲେଶ୍ୱରର ଲିଡ୍‌ ଡିଷ୍ଟ୍ରିକ୍ଟ ମ୍ୟାନେଜର ବିଶ୍ୱଜିତ ଶତପଥୀ ଏବଂ ୟୁକୋ ବ୍ୟାଙ୍କ ଖଇରା ଶାଖାର ସହାୟକ ଶାଖା ପ୍ରବନ୍ଧକ ଜିତେନ୍ଦ୍ର ନାରାୟଣ ସେଠୀ, ଖଇରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କ ନାମ ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଉପରୋକ୍ତ ପ୍ରତିଯୋଗିତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ବ୍ଲକ୍‌ର ଛାତ୍ରୀଛାତ୍ର ଜିଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share