‘ଅବରୋଧ ଯୋଜନା ଦୁଃଖଦାୟକ’

ଜାତିସଂଘ,୧୦ା୧୦: ହମାସ ଆକ୍ରମଣର ଜବାବରେ ଇସ୍ରାଏଲ୍‌ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଅବରୋଧ କରିବ ବୋଲି ଘୋଷଣା କରିଥିବାରୁ ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ସୋମବାର ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଗାଜା ଷ୍ଟ୍ରିପ୍‌କୁ ବିଦ୍ୟୁତ୍‌, ଖାଦ୍ୟ, ଇନ୍ଧନ ବନ୍ଦ କରିବାକୁ ଇସ୍ରାଏଲ୍‌ ନିଷ୍ପତ୍ତି ନେଇଛି। ଗୁଟେରେସ୍‌ କହିଛନ୍ତି, ଆକ୍ରମଣ ପୂର୍ବରୁ ଗାଜା ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ଅବରୋଧ କରାଗଲେ ସ୍ଥିତି ସଙ୍ଗିନ୍‌ ହୋଇପଡ଼ିବ। ଡାକ୍ତରୀ ଉପକରଣ, ଖାଦ୍ୟ, ଆନ୍ୟାନ୍ୟ ମାନବୀୟ ସହାୟତା ଜରୁରୀ ହୋଇଥିବାବେଳେ ସେଗୁଡ଼ିକର ଯୋଗାଣ ବନ୍ଦ ନ କରିବାକୁ ଗୁଟେରେସ୍‌ କହିଛନ୍ତି।

Share