ବ୍ଲକ ଯୋଗାଣ ଅଧିକାରୀ ଲାଞ୍ଚ ନେବା ଭିଡିଓ ଭାଇରାଲ

ପାତ୍ରପୁର, ୧୮ା୩(ଉମା ଚରଣ ନେପାକ): ପାତ୍ରପୁର ବ୍ଲକରେ କାର୍ଯ୍ୟରତ ଯୋଗାଣ ଅଧିକାରୀ ବଳରାମ ଜେନା ଲାଇସେନ୍ସ ନବୀକରଣ କରିବା ପାଇଁ ଟଙ୍କା ଲାଞ୍ଚ ନେଉଥିବା ସମ୍ପର୍କିତ ଏକ ଭିଡିଓ ଗତ ସୋମବାରଠାରୁ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସୀମାନ୍ତ ଗୁଡ଼ିପଦର ପଞ୍ଚାୟତର ବଳରାମପୁର ଗ୍ରାମର ଏକ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ସୁରକ୍ଷା ଯୋଜନାରେ ରାଶନ ସାମଗ୍ରୀ ବଣ୍ଟନ କରୁଥିବା ବେଳେ ତା’ର ଲାଇସେନ୍ସ ନବୀକରଣ ଲାଗି ଜେନା ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ଭିଡିଓରୁ ଜଣାପଡିଛି। ଦାବି ମୁତାବକ ୫ ଶହ ଟଙ୍କା କମ ରହିଥିବାରୁ ଅନ୍ୟ କର୍ମଚାରୀଙ୍କୁ ୫ ଶହ ଟଙ୍କା ଗ୍ରହଣ କରିବାକୁ ସେ କହିବା ସହ ତାଙ୍କ କାଗଜପତ୍ର ଦେବାଲାଗି କହିଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ଏନେଇ ଯୋଗାଣ ଅଧିକାରୀ ଜେନା ଏପରି ଭାଇରାଲ ଭିଡିଓକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ବଳରାମପୁର ଗ୍ରାମରେ ରାଶନ ସାମଗ୍ରୀ ବଣ୍ଟନ କରୁଥିବା ପାଣ୍ଡୁରାମ ସ୍ବୟଂ ସହାୟିକା ଗୋଷ୍ଠୀର ଲାଇସେନ୍ସ ନବୀକରଣ ଲାଗି ୧୫ ଶହ ଟଙ୍କାର ଚାଲାଣ କାଟିବାକୁ ଥିବା ବେଳେ ସେମାନେ ମୋତେ ୧ହଜାର ଟଙ୍କା ଦେଇଥିଲେ। ବଳକା ୫ ଶହ ଟଙ୍କା ପୈଠ କଲେ ଲାଇସେନ୍ସ ନବୀକରଣ ହେବ ବୋଲି ସେ କହିଥିବା ଯୋଗାଣ ଅଧିକାରୀ ଜେନା ସଫେଇ ଦେଇଛନ୍ତି। ତେବେ ଏହି ଭାଇରାଲ ଭିଡିଓକୁ ଭିତ୍ତି କରି ଜିଲା ପ୍ରଶାସନ ଯୋଗାଣ ଅଧିକାରୀଙ୍କୁ ଉପଜିଲାପାଳଙ୍କ ନିକଟରୁ ଡାକରା ଆସିଥିବା ଜଣାପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରିପଲ ମର୍ଡର ଘଟଣାରେ ୧୩ ଅଟକ: ଘଟଣାସ୍ଥଳ ପରିଦର୍ଶନ କଲେ ଏସ୍‌ପି

ଧରାକୋଟ,୧୯।୩(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକର ବାହାରପୁର ପଞ୍ଚାୟତର ବଡଗଡ ଥାନା ଅନ୍ତର୍ଗତ ଖାରିପଲି ଗାଁରେ ଗତକାଲି ରାତିରେ ଘଟିଥିବା ହଣାକଟାରେ ଖଦାଳ ବେହେରା, ରତ୍ନାକର...

ପଛରୁ ପିଟିଲା ତେଲ ଟ୍ୟାଙ୍କର, ବ୍ୟବସାୟୀ ମୃତ

ବନ୍ତ,୧୯।୩(ହରି ନାରାୟଣ ମହାନ୍ତି) : ବୁଧବାର ସକାଳ ପ୍ରାୟ ସାଢେ ୭ଟା ସମୟରେ ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଭଦ୍ରକ-ଆନନ୍ଦପୁର 53ନଂ.ରାଜ୍ୟ ରାଜପଥର ଶ୍ରୀବନ୍ତପୁର...

ଖଣି ଖାଦାନ ଉପରେ ବଡ ଧରଣର ଚଢାଉ:  ଖଣିରେ ବ୍ୟବହୃତ ଗାଡି ଜବତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧାରେ ଖଣି ଖାଦାନ ଉପରେ ବଡ ଧରଣର ଚଢାଉ ହୋଇଛି। ଖୋର୍ଦ୍ଧା ଜିଲା ମିଳିତ ଟ୍ରାକ୍ସ ଫୋର୍ସ ଆଦର୍ଶ ଥାନା ଅନ୍ତର୍ଗତ...

ବସ୍‌ କାର ମୁଁହାମୁହିଁ ଧକ୍କା, ଭୟଙ୍କର ଦୂର୍ଘଟଣାରେ ଦୁଇ ମୃତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର...

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ୍‌: କାର୍ଯ୍ୟାଳୟ ଘେରାଉ କଲେ ଲୋକେ

କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍‌କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ...

ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ବରଗଡ଼, ୧୯।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ...

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image