କେନାଲ ଅବରୋଧ କରି ଗାର୍ଡୱାଲ ନିର୍ମାଣ

ନିିଶ୍ଚିନ୍ତକୋଇଲି,୫।୪(ଅଶୋକ କୁମାର ମହାପାତ୍ର): ଠିକାଦାର ରାସ୍ତା ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷର ଏକ କେନାଲକୁ ପୋତି ଦେଇଥିବାର ଚାଷୀମହଲରେ ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଚଳିତ ବର୍ଷ ଚାଷ ଜମିରେ ଜଳସେଚନ ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ନିଶ୍ଚିନ୍ତକୋଇଲି ଗ୍ରାମ୍ୟଉନ୍ନୟନ ଓ କେନ୍ଦୁପାଟଣା ଜଳସମ୍ପଦ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଏପରି ଅସୁବିଧା ହୋଇଥିବା ଚର୍ଚ୍ଚା ହେଉଛି।
ନିଶ୍ଚିନ୍ତକୋଇଲି ବ୍ଲକ ନତକାଇ ବୁଢୀ ଜାଗୁଳାଇ ଠାକୁରାଣୀ ମନ୍ଦିର ଠାରୁ ମନ୍ଦିର ମହାଜନପୁର(ବାହାବଳପୁର ଛକ) ପର୍ଯ୍ୟନ୍ତ ୬ କିମି ଗାଡଓ୍ବାଲ ରାସ୍ତା ନିର୍ମାଣ ନିମନ୍ତେ ସରକାର ୪କୋଟି ୬୦ ଲକ୍ଷ ୪୦ହଜାର ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି। ଟେଣ୍ଡର ମାଧ୍ୟମରେ ଠିକାଦାର ଚୟନ କରାଯାଇଛି। ମାହାଙ୍ଗା ବିଧାୟକ ପ୍ରତାପ ଜେନା ଗତ ମାର୍ଚ୍ଚ ୪ରେ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ। ରାସ୍ତା ନିର୍ମାଣ ଦାୟିତ୍ୱ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ କରୁଥିଲା। ନିର୍ମାଣାଧୀନ ରାସ୍ତାଟି ୮ ବି କେନାଲ ପାର୍ଶ୍ୱରେ ଅବସ୍ଥିତ। ଏହି କେନାଲଟି ଉପରେ ଦୀର୍ଘ ବର୍ଷ ହେଲା ଜଳସେଚନ ନିମନ୍ତେ ସ୍ଥାନୀୟ ନିଶ୍ଚିନ୍ତକୋଇଲି , ନତକାଇ ଓ ଜିଗ୍ନିପୁର ପଞ୍ଚାୟତର ବହୁ ଚାଷୀ ନିର୍ଭରଶୀଳ। ଗତ କିଛି ବର୍ଷ ହେଲା ଏହି କେନାଲକୁ ଜଳସମ୍ପଦ ବିଭାଗର ଜ୍ଞାତସାରରେ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି ସ୍ଥାୟୀ ଗୃହ ନିର୍ମାଣ କରିଥିଲେ। ତେବେ ଅବଶିଷ୍ଟ ଅଞ୍ଚଳର ଲୋକେ ଜଳସେଚନ ସୁବିଧା ପାଇପାରିଥିଲେ। ଏହି କେନାଲ ନିର୍ମାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ମାତ୍ର କେନ୍ଦୁପାଟଣା ଜଳସମ୍ପଦ ବିଭାଗଠାରୁ ଅନୁମତି ନ ନେଇ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଠାରେ ମନମୁଖିଭାବେ ରାସ୍ତା ନିର୍ମାଣ କରାଯାଉଛି। ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କେନାଲକୁ ସମ୍ପୂର୍ଣ୍ଣଭାବେ ପୋତି ଦିଆଯାଇଥିବା ନେଇ ଚାଷୀ ମହଲରେ ଅଭିଯୋଗ ହୋଇଛି। ଏସମ୍ପର୍କରେ ଚାଷୀମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହିହେଲେ କର୍ଣ୍ଣପାତ କରୁ ନଥିବାର ସେମାନେ କହିଛନ୍ତି। ଫଳରେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଏକର ଚାଷ ଜମି ଜଳସେଚନରୁ ବଞ୍ଚତ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ସମ୍ପଦ ବିଭାଗ ତରଫରୁ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ଏଠାରେ ଚାଷୀ ଆନ୍ଦୋଳନକୁ ଏଡାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଉର୍ମି ପ୍ରିୟଦର୍ଶିନୀ ଦାସ କୁହନ୍ତି କେନାଲ ବନ୍ଧ ହୋଇଥିବାରୁ ରାସ୍ତାର ସ୍ଥାୟିତ୍ୱ ପାଇଁ ଗାର୍ଡୱାଲ ନିର୍ମାଣ କରାଯାଇଛି। ଏନେଇ ଜଳସେଚନ ବିଭାଗ ସହ ବିଚାର ବମର୍ଷ ଚାଲିଛି। ଖୁବ୍‌ଶୀଘ୍ର ଏହାର ସମାଧାନ କରାଯାଇ କାର୍ଯ୍ୟ ତ୍ୱରାନ୍ବିତ କରାଯିବ। ଏନେଇ ଜଳସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅକ୍ଷୟ ମଲିକଙ୍କୁ ମୋବାଇଲ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ
କଲ ଉଠାଇ ନଥିଲେ। ସୂଚନାଯୋଗ୍ୟ, କେବଳ ଏହି ରାସ୍ତା ନୁହେଁ ବ୍ଲକର ବହୁ କେନାଲ ବନ୍ଧ ରାସ୍ତାକୁ ଗାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମନମୁଖି ଭାବେ କେନାଲ ପୋତି ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri