କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧା ଦେବା ଅତ୍ୟନ୍ତ ବିପଜ୍ଜନକ, ଜାତିସଂଘ ବୈଠକରେ ଚାଇନାକୁ କହିଲା ଭାରତ…

ଜେନେଭା, ୧୦।୮ : ଚାଇନାର ଅଧ୍ୟକ୍ଷତାରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଭାରତ କହିଛି ଯେ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ବିଶ୍ୱର କୁଖ୍ୟାତ ଆତଙ୍କବାଦୀଙ୍କୁ କଳା ତାଲିକାଭୁକ୍ତ କରିବା ପ୍ରସ୍ତାବକୁ ବାଧାଦେବା ଅତ୍ୟନ୍ତ ବିପଜ୍ଜନକ। ଭାରତ ଚାଇନା ଉଦ୍ଦେଶ୍ୟରେ ଏଭଳି କହିଛି। ଭାରତ କହିଛି ଯେ ଏହା ସୁରକ୍ଷା ପରିଷଦର ପ୍ରତିବନ୍ଧକ ବ୍ୟବସ୍ଥାର ବିଶ୍ୱସନୀୟତାକୁ ହ୍ରାସ କରିଛି।

ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ଜୁନରେ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ତଥା ପାକିସ୍ତାନର ଘନିଷ୍ଠ ସହଯୋଗୀ ଚାଇନା ଶେଷ ମୁହୂର୍ତ୍ତରେ ସୁରକ୍ଷା ପରିଷଦର ୧୨୬୭ କମିଟ ଅନୁଯାୟୀ ଅଲ କାଏଦା ପାକିସ୍ତାନୀ ଆତଙ୍କବାଦୀ ଅବଦୁଲ ରେହମାନ ମକ୍କିଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଭାରତ ଏବଂ ଆମେରିକାର ପ୍ରସ୍ତାବକୁ ଅବରୋଧ କରିଥିଲା। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ବିନା ବ୍ୟାଖ୍ୟାରେ ଆତଙ୍କବାଦୀ ତାଲିକାଭୁକ୍ତ କରିବାକୁ ଅନୁରୋଧ ବିଳମ୍ବ କିମ୍ବା ଅବରୋଧ କରିବାର ଧାରା ଶେଷ ହେବା ଉଚିତ। ପ୍ରତିବନ୍ଧକ କମିଟିର ପ୍ରଭାବଶାଳୀ କାର୍ଯ୍ୟ ପାଇଁ ଏହା ଅଧିକ ସ୍ବଚ୍ଛ, ଉତ୍ତରଦାୟୀ ଏବଂ ନିରପେକ୍ଷ ହେବା ଆବଶ୍ୟକ। ନଶୁଣି ଏବଂ ବ୍ୟାଖ୍ୟା ନକରି ଆତଙ୍କବାଦୀଙ୍କ ତାଲିକା ପାଇଁ ଅନୁରୋଧକୁ ବିଚାରାଧୀନ କିମ୍ବା ବାଧା ଦେବା ପ୍ରବୃତ୍ତି ଶେଷ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

ଚାଇନାର ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ପରିଷଦର ଏକ ବୈଠକରେ ରୁଚିରା କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ଅନ୍ତର୍ଜାତୀୟ ଶାନ୍ତି ତଥା ନିରାପତ୍ତା ପ୍ରତି ବିପଦ ରହିଛି।

Share