ସକ୍ରିୟ ହେବ ରକ୍ତ ସଂଚାଳନ

ଆମ ଶରୀରରେ ଯଦି ରକ୍ତ ସଂଚାଳନ ସକ୍ରିୟ ନ ହୁଏ, ତେବେ ଆମେ ହାର୍ଟ ଆଟାକ୍‌ ପରି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାର ଅସନ୍ତୁଳିତ ପ୍ରକ୍ରିୟାକୁ ରକ୍ତଚାପ ବା ବ୍ଲଡପ୍ରେସର କୁହାଯାଏ। ତେବେ ଏହାକୁ ସନ୍ତୁଳିତ ବା ସକ୍ରିୟ ରଖିବା ପାଇଁ ଆମକୁ ସଚେତନ ହେବାକୁ ପଡ଼ିଥାଏ। ନିକଟରେ ଏହି ତାଲିକାରେ ଆଉ ଏକ ଉପାୟ ଯୋଡ଼ାଯାଇଛି। ପ୍ରାୟ ତିନି ବର୍ଷ ଉଦ୍ୟମ କରି ଓହିଓ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞମାନେ ଏକ ହାଇଟେକ୍‌ ଘଣ୍ଟା (ରିଷ୍ଟ ଓ୍ବାଚ୍‌) ପ୍ରସ୍ତୁତ କରିଛନ୍ତି। ଏହାକୁ ପିନ୍ଧିବା ଦ୍ୱାରା ରକ୍ତ ସଂଚାଳନଜନିତ ସମସ୍ୟା କେତେକାଂଶରେ ଦୂର ହୋଇଥାଏ ବୋଲି ସେମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ଏପରି ସମସ୍ୟା ସହ ଜଡ଼ିତ କେତେକ ବ୍ୟକ୍ତିଙ୍କୁ ଏହି ଘଣ୍ଟା ପିନ୍ଧିବାକୁ ପରାମର୍ଶ ଦିଆଯାଇଥିଲା। ଏପରି ପ୍ରଣାଳୀ ଅନୁସରଣ କରିବା ଦ୍ୱାରା ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କର ରକ୍ତ ସଂଚାଳନ ପୂର୍ବାପେକ୍ଷା ସକ୍ରିୟ ହୋଇଥିବାର ସେମାନେ ଲକ୍ଷ୍ୟ କରିଥିଲେ।