Categories: ବାଣିଜ୍ୟ

ଆପୋଲୋରେ ରକ୍ତ ଜମାଟ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୨।୧୧: ସାମାନ୍ୟ ଅବହେଳା କଲେ କିମ୍ବା ସତର୍କ ନ ରହିଲେ ବର୍ତ୍ତମାନ ସମୟରେ ମଣିଷକୁ ବହୁ ବଡ଼ ବଡ଼ ରୋଗର ଶିକାର ହେବାକୁ ପଡ଼ିଥାଏ। କିଛି ରୋଗର ଲକ୍ଷଣ ଏବଂ ଅନୁଭବ ଅତି ସାମାନ୍ୟ ହୋଇଥିଲେ ମଧ୍ୟ ଏହାକୁ ଠିକ୍‌ ସମୟରେ ନ ଜାଣିପାରିଲେ ଏବଂ ଏହାର ଉପଯୁକ୍ତ ଚିକିତ୍ସା କରା ନ ଗଲେ ଆଗକୁ ଏହି ସାମାନ୍ୟ ରୋଗ ମଣିଷର ମୃତ୍ୟୁର କାରଣ ହୋଇଥାଏ। ସେହିଭଳି ଏକ ରୋଗ ହେଉଛି ରକ୍ତଜମାଟ ହେବା ବା ଥ୍ରୋମ୍ବୋସିସ୍‌ । ଏହା ଏକ ସାମାନ୍ୟ ଜଣାଯାଉଥିଲେ ମଧ୍ୟ ଏଥିପ୍ରତି ସତର୍କତା ଓ ଉପଯୁକ୍ତ ଚିକିତ୍ସା ନିହାତି ଜରୁରୀ। ତେବେ ଏ ନେଇ ସତର୍କତା ଅବଲମ୍ବନ ପାଇଁ ନଭେମ୍ବର ୨ରେ ଆପୋଲୋ ହସ୍ପିଟାଲରେ ଥ୍ରୋମ୍ବୋସିସ୍‌ର ଡାଇଗ୍ନୋସିସ୍‌ ଉପରେ ଏକ କର୍ମଶାଳା ଆୟୋଜନ ହେବାକୁ ଯାଉଛି। ଏହି କର୍ମଶାଳା ହେମାଟୋକନ୍‌ ପକ୍ଷରୁ ଆୟୋଜିତ ହେଉଛି। ଏହି କର୍ମଶାଳାରେ ଆଣ୍ଟିଫୋସ୍ଫୋଲିପିଡ୍‌ ଆଣ୍ଟିବଡ୍‌ ସିଣ୍ଡ୍ରୋମର କାରଣ ଓ ଚିକିତ୍ସା ସମ୍ପର୍କରେ ସୂଚନା ଦିଆଯିବ। ଏହା ଏଭଳି ରୋଗ ଯାହାକୁ ପରୀକ୍ଷାଗାରରେ ପରୀକ୍ଷା ନ କରାଯିବା ପଯର୍‌ୟନ୍ତ ଜଣାପଡ଼ି ନ ଥାଏ। ତେବେ ଏହି ରୋଗର ପରୀକ୍ଷା ପାଇଁ ଅତ୍ୟାଧୁନିକ ଜ୍ଞାନକାୈଶଳରେ ନିର୍ମିତ ପରୀକ୍ଷା ମେଶିନ ଓ ଆବଶ୍ୟକ ସାମଗ୍ରୀ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଉପଲବ୍ଧ ହେଉଛି। ଆପୋଲୋ ହସ୍ପିଟାଲ ରୋଗୀମାନଙ୍କୁ ଉପଯୁକ୍ତ ଓ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେଉଥିବା ଡାକ୍ତରଖାନା ମଧ୍ୟରୁ ଅନ୍ୟତମ ଏବଂ ଉତ୍ତମ ।

Share