କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

କଥାରେ ଅଛି ରକ୍ତଦାନ ମହାପୁଣ୍ୟ। ଅନେକେ ଏହାକୁ ଜୀବନର ଏକ ଅଙ୍ଗ ଭାବରେ ଧରିନେଇଥାଆନ୍ତି। ତେବେ ରକ୍ତଦାନ କରିବା ଦ୍ୱାରା ଆମ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିବ ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି। କାରଣ ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିବା ସହ ଆମ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଏ। ଯଦି ଜଣେ ବ୍ୟକ୍ତି ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରନ୍ତି ତେବେ ତାଙ୍କ ଶରୀରରେ କ୍ୟାଲୋରି ପରିମାଣ ସନ୍ତୁଳିତ ରହିଥାଏ । ହେଲେ ରକ୍ତଦାନ କରିବା ପୂର୍ବରୁ ସେମାନେ ଏ ନେଇ କେତେ ଫିଟ୍‌ ତାହା ପରୀକ୍ଷା କରାଇ ନେବା ଯଥେଷ୍ଟ ଜରୁରୀ। ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରୁଥିବା କେତେକ ବ୍ୟକ୍ତିଙ୍କ କ୍ୟାଲୋରି ପରିମାଣ କେତେ ରହୁଛି ତାହାକୁ ପରୀକ୍ଷା କରିବା ପରେ ସିଡ୍‌ନୀ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଥିଲେ । ତେବେ କ୍ୟାଲୋରି ସ୍ତରକୁ ସନ୍ତୁଳିତ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ଦରକାର।