
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ): ରାଜ୍ୟରେ ଭାଜପା ସରକାର ଆସିବା ପରେ କେତେକ କ୍ଷେତ୍ରରେ ପରିବର୍ତ୍ତନ ହେଉଛି। ଚଳିତବର୍ଷ ଉତ୍କଳ ଦିବସକୁ ଓଡିଶା ଦିବସ ଭାବେ ପାଳନ କରାଯାଇଥିଲା। ଏଥିସହ ଏପ୍ରିଲ ପହିଲାରୁ ଓଡିଆ ପକ୍ଷ ପାଳିତ ହେଉଛି। ଏହି ସମୟରେ ବିଭିନ୍ନ ବିଭାଗ ପକ୍ଷରୁ ୧୫ ଦିନ ବ୍ୟାପୀ ହେବାକୁ ଥିବା ଓଡିଆ ପକ୍ଷ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲିଛି। ଏହିଭଳି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଜି ରକ୍ତଦାନ ଶିବିର ହୋଇଥିଲା।
ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ହୋଇଥିଲା। ଏହାକୁ ଉପ ଜିଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ବିଡ଼ିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ପ୍ରାଧ୍ୟାପକ ବିଭାସ ଦାସ ସଭାକୁ ସଂଯୋଜନା କରିଥିଲେ। ଯୁବ ରେଡକ୍ରସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ରଜନୀ କାନ୍ତ ତ୍ରିପାଠୀ, ସନାତନ ବେହେରା, ସିମାଞ୍ଚଳ ବେହେରା, ବିଭୁତି ଗୌଡ, ସୁନାମ ପାତ୍ର, ବିଦେଶୀ ରାଉତ, ଅଧ୍ୟାପିକା ରାଜଲକ୍ଷ୍ମୀ ରଥ,
ସସ୍ମିତା ଦାସ, ସ୍ମରଣିକା ପାଢ଼ୀ, ଅବସରପ୍ରାପ୍ତ ମୁଖ୍ୟ କିରାଣୀ ଦାମୋଦର ରଥ, ଆର୍ ହରିଶ ପ୍ରମୁଖ ସହଯୋଗ କରିଥିଲେ।
ଏହି ଅବସରରେ ଅତିଥିମାନେ ଓଡିଆ ପକ୍ଷର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏଥିସହ ରକ୍ତଦାନ ଭଳି ମହତ୍ କାର୍ଯ୍ୟରେ ସହଯୋଗ କରିଥିବା ଯୋଗୁଁ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଆମ ଲକ୍ଷ୍ୟ ହେଉ ବୋଲି ଅତିଥିମାନେ କହିଥିଲେ।