ରକ୍ତ ଦାନ, ମହତ କାମ: ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସନ୍ତୁ

ରକ୍ତ ଦାନ ହେଉଛି ଏକ ମହତ କାମ। କାରଣ ରକ୍ତ ଦାନ କରି ଜଣେ ଅନ୍ୟ ଜଣଙ୍କର ଜୀବନ ରକ୍ଷା କରିପାରିବେ। ପ୍ରତିବର୍ଷ ଅକ୍ଟୋବର ୧ରେ ସାରା ଦେଶରେ ‘ଜାତୀୟ ସ୍ବେଚ୍ଛାକୃତ ରକ୍ତ ଦାନ ଦିବସ’ ପାଳନ କରାଯାଏ। ଏହି ଅବସରରେ ସାଧାରଣ ଜନତାଙ୍କୁ ରକ୍ତ ଦାନ ବିଷୟରେ ସଠିକ ସୂଚନା ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରିବା ପାଇଁ ଏକ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ।

ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଭୟ ଏବଂ ସୂଚନା ଅଭାବ ସାଧାରଣତଃ ରକ୍ତ ଦାନ ସଂଖ୍ୟା ହ୍ରାସ ହେବାର କାରଣ ବୋଲି ବିବେଚନା କରାଯାଏ, ଯାହା ମଧ୍ୟ ବହୁ ପରିମାଣରେ ସତ୍ୟ ଅଟେ। ସାଧାରଣତଃ ଲୋକମାନଙ୍କର ଏକ ବିଶ୍ୱାସ ଅଛି ଯେ, ରକ୍ତ ଦାନ କରି ଦାନ କରୁଥିବା ବ୍ୟକ୍ତି ଦୁର୍ବଳ ହୋଇପାରନ୍ତି, ତାଙ୍କ ଶରୀରରେ ରକ୍ତ ଅଭାବ ହୋଇପାରେ କିମ୍ବା ସେ ଅନ୍ୟ କେତେକ ରୋଗର ଶିକାର ହୋଇପାରନ୍ତି। ପ୍ରକୃତରେ ଏହା ଠିକ ନୁହେଁ। ମାନଦଣ୍ଡ ଅନୁଯାୟୀ,ସମ୍ପୂର୍ଣ୍ଣ ନିରାପତ୍ତା ସହିତ ରକ୍ତ ସଠିକ ଭାବରେ ଦାନ କରି ରକ୍ତଦାତା କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ।

ଡାକ୍ତରଙ୍କ କହିବାନୁସାରେ, ଏକ ୟୁନିଟ ଦାନ ରକ୍ତରୁ ପ୍ରାୟ ତିନିରୁ ଚାରି ଜଣଙ୍କ ଜୀବନ ରକ୍ଷା କରାଯାଇପାରିବ। କିନ୍ତୁ ସାଧାରଣତଃ ରକ୍ତ ଦାନ ମାଧ୍ୟମରେ ଆବଶ୍ୟକତାଠାରୁ କମ ୟୁନିଟ ସଂଗ୍ରହ କରାଯାଏ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଭାରତରେ ପ୍ରତିବର୍ଷ ପ୍ରାୟ ଏକ କୋଟି ୟୁନିଟ ରକ୍ତ ଆବଶ୍ୟକ ହୁଏ, କିନ୍ତୁ ବିଭିନ୍ନ ଶିବିର ତଥା ଅନ୍ୟାନ୍ୟ ଉପାୟରେ କେବଳ ୭୫ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯାଇଥାଏ।