କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ

କ୍ୟାଲୋରିକୁ ସନ୍ତୁଳିତ ରଖେ ରକ୍ତଦାନ ଆମ ଶରୀରରେ କ୍ୟାଲୋରି ସନ୍ତୁଳିତ ରହିବା ନିହାତି ଜରୁରୀ। ଏଥିରେ ଅସନ୍ତୁଳିତ ପରିଲକ୍ଷିତ ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି ଆଣିଥାଏ। ତେବେ କ୍ୟାଲୋରି ସ୍ତରକୁ ସନ୍ତୁଳିତ ରଖିବା ପାଇଁ କେତେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡେ। ସନ୍ତୁଳିତ ଖାଦ୍ୟ ଖାଇବା ବ୍ୟତୀତ ଆଉ ଏକ ସରଳ ଉପାୟରେ କ୍ୟାଲୋରିକୁ ସନ୍ତୁଳିତ ରଖିହେବ। ତାହା ହେଲା ରକ୍ତଦାନ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ନିୟମିତି ସମୟ ଅନ୍ତରାଳରେ ରକ୍ତଦାନ କରନ୍ତି ତେବେ ତାଙ୍କ ଶରୀରରେ କ୍ୟାଲୋରୀ ପରିମାଣ ସନ୍ତୁଳିତ ରହିଥାଏ। ହେଲେ ରକ୍ତଦାନ କରିବା ପୂର୍ବରୁ ସେମାନେ ଏ ନେଇ କେତେ ଫିଟ୍‌ ତାହା ପରୀକ୍ଷା କରାଇ ନେବା ଜରୁରୀ। ନିୟମିତ ସମୟ ଅନ୍ତରାଳରେ ରକ୍ତଦାନ କରୁଥିବା କେତେକ ବ୍ୟକ୍ତିଙ୍କ କ୍ୟାଲୋରୀ ପରିମାଣ କେତେ ରହୁଛି ତାହାକୁ ପରୀକ୍ଷା କରିବା ପରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକଥା ଜାଣିପାରିଥିଲେ।