ଏସ୍‌ସିବିରେ ରକ୍ତ ପାଇଁ ମଗାଯାଉଛି ଟଙ୍କା

କଟକ,୨୮।୬(ଶିଳ୍ପା ପ୍ରିୟଦର୍ଶିନୀ): ଚିକିତ୍ସା କ୍ଷେତ୍ରରେ ଇତିହାସ ରଚୁଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସ୍‌ସିବି)ର ବିକଳ ଚିତ୍ର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ଏସ୍‌ସିବି ରକ୍ତ ଭଣ୍ଡାରରେ ରକ୍ତ ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଉଛି। ନିୟମ ଅନୁଯାୟୀ, ରକ୍ତ ଭଣ୍ଡାରରେ ରକ୍ତ ବଦଳାଇ ରକ୍ତ ନେଇହେବ। କିନ୍ତୁ ଏଥିପାଇଁ ରକ୍ତଭଣ୍ଡାରର କର୍ମଚାରୀମାନେ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି। ଟଙ୍କା ନ ଦେଲେ ରକ୍ତ ମିଳିବ ନାହିଁ ବୋଲି କହୁଛନ୍ତି। ଦୂର ଦୂରାନ୍ତରୁ ଆସୁଥିବା ଅନେକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ବିକଳ୍ପ ନ ପାଇ ରକ୍ତଦାତା ଯୋଗାଡ଼ କରିବା ନିମନ୍ତେ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ଏହା ସେମାନଙ୍କୁ ଚିନ୍ତାରେ ପକାଉଛି। କେତେଜଣ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏଭଳି ଅଭିଯୋଗ ଆଣିଛନ୍ତି।
ମେଡିିକାଲର ହେମାଟୋଲୋଜି ବିଭାଗରେ ଆଜିକୁ ୭ଦିନ ହେବ ଭର୍ତ୍ତି ହୋଇଛନ୍ତି ସମ୍ବଲପୁର ଜିଲା ଚକଳିଆବାହାଳ ଅଞ୍ଚଳର ସୁନିତା ଖାର୍‌ସେଲ୍‌(୮)। ଗୁରୁତର ଅସୁସ୍ଥ ହେବାରୁ ସମ୍ବଲପୁର ଜିଲା ମୁଖ୍ୟ ଚିକିିତ୍ସାଳୟରୁ ସୁନିତାଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ପ୍ରଥମେ ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ହେମାଟୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସୁନିତାଙ୍କୁ ତିନୋଟି ଲେଖାଏ ରକ୍ତ ନେବାର ଆବଶ୍ୟକତା ରହିଛି। ରକ୍ତ ପାଇଁ ଏସ୍‌ସିବି ରକ୍ତଭଣ୍ଡାରକୁ ସୁନିତାଙ୍କ ବାପା ଦୁର୍ଯ୍ୟୋଧନ ଖାର୍‌ସେଲ୍‌ ଯାଇଥିବାବେଳେ ସେଠାରେ ନିୟୋଜିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ରକ୍ତଦାତା ଖୋଜିଦେବେ କହି ୩ ହଜାର ଟଙ୍କା ମାଗିବା ସହ ଅଧିକ ଗୋଟିଏ ରକ୍ତ ମଧ୍ୟ ଯୋଗାଡ଼ କରିଦେବେ ବୋଲି କହିଥିଲେ। ଫଳରେ ଦୁର୍ଯ୍ୟୋଧନ ଟଙ୍କା ଦେଇଥିଲେ। ଏହାପରେ ତାଙ୍କୁ ରକ୍ତ ଯୋଗାଇ ଦିଆଯାଇଛି। ଏନେଇ ଦୁର୍ଯ୍ୟୋଧନ ଅଭିଯୋଗ କରିିଛନ୍ତି ଯେ, ଉତ୍ତମ ମାନର ଚିକିତ୍ସା ପାଇଁ ଝିଅକୁ ଏସ୍‌ସିବି ମେଡିିକାଲକୁ ଆଣିଛି। କିନ୍ତୁ ଚିକିତ୍ସା ନାଁରେ ଏଠାରେ କର୍ମଚାରୀ ଓ ସୁରକ୍ଷାକର୍ମୀ ଟଙ୍କା ଲୁଟୁଛନ୍ତି। ଦୂରଦୂରାନ୍ତରରୁ ଆସୁଥିବା ରୋଗୀ ରକ୍ତ ପାଇଁ ହନ୍ତସନ୍ତ ହେଉଛନ୍ତି। ମେଡିିକାଲରେ ବହୁ ଅବ୍ୟବସ୍ଥା ରହିଛି। ଟଙ୍କା ଦେଇ ଦୁଇଥର ରକ୍ତ ପାଇଛି। ଏବେ କିନ୍ତୁ ଆଉ ଗୋଟିଏ ରକ୍ତ ଆବଶ୍ୟକ ପଡୁଛି। ଯଦି ରକ୍ତଦାତା ଖୋଜି ନ ପାଇବି ତେବେ ପୁଣିଥରେ ସମ୍ପୃକ୍ତ କର୍ମଚାରୀଙ୍କୁ ଟଙ୍କା ଦେବାକୁ ପଡ଼ିବ। କାରଣ ମୋ ଝିଅର ଜୀବନ ମୂଲ୍ୟବାନ। ଟଙ୍କା ଦେବାରୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିନି କି ଦୁର୍ବ୍ୟବହାରର ଶିକାର ହେବାକୁ ପଡ଼ିନି, ନଚେତ୍‌ ମେଡିିକାଲରେ ବହୁତ ଖରାପ ବ୍ୟବହାର କରାଯାଉଛି। ମେଡିିକାଲ କର୍ତ୍ତୃପକ୍ଷ ସମସ୍ତ କର୍ମଚାରୀଙ୍କ ଉପରେ ନଜର ରଖିବା ଉଚିତ। ଫଳରେ ସେମାନେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଏଭଳି ଲୁଟିବା ବନ୍ଦ ହେବ ବୋଲି ଖାର୍‌ସେଲ୍‌ କ୍ଷୋଭର ସହ କହିଛନ୍ତି। ଅନ୍ୟପଟେ ଏ ସଂକ୍ରାନ୍ତରେ ଏସ୍‌ସିବି ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଏବଂ ପ୍ରଶାସନିକ ଅଧିକାରୀ ଡା. ଅବିନାଶ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ସୂଚନା ଅନୁଯାୟୀ, ସମସ୍ୟାରେ ଛନ୍ଦି ହୋଇଯାଉଛି ଏସ୍‌ସିବି ମେଡିକାଲ। ଦିନକୁ ହଜାର ହଜାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ରକ୍ତ ଆବଶ୍ୟକ କରୁଥିବା ରୋଗୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରକ୍ତ ନେବାକୁ ହେଲେ ଦାତା ଯୋଗାଡ଼ କରିବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟୁଛି। ରକ୍ତଦାତା ନ ମିଳିଲେ ରୋଗୀଙ୍କ ସମ୍ପର୍କୀୟ ଡହଳବିକଳ ହେଉଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ରକ୍ତଭଣ୍ଡାରରେ ନିୟୋଜିତ ଥିବା କର୍ମଚାରୀ। ଏଭଳି ଶିକାର ହୋଇଛନ୍ତି ଖାର୍‌ସେଲ୍‌। ଚାରିଦିନ ତଳେ ପ୍ରଥମ ପର୍ଯ୍ୟାୟରେ ସେ ରକ୍ତଭଣ୍ଡାରରେ ରକ୍ତ ପାଇଁ ଟୋକନ କାଟିବା ସମୟରେ ତାଙ୍କୁ କର୍ମଚାରୀ ରକ୍ତଦାତା ଆଣିବାକୁ କହିଥିଲେ। ହେଲେ ରକ୍ତଦାତା ନ ଥିବାରୁ ସେ ନିରାଶ ହୋଇ ଫେରିବାବେଳେ ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ତାଙ୍କୁ ୩ହଜାର ଟଙ୍କା ଦେଲେ ରକ୍ତଦାତା ମିଳିପାରିବେ ବୋଲି କହିଥିଲେ। ଦୁର୍ଯ୍ୟୋଧନ ଦୁଇଟି ପର୍ଯ୍ୟାୟରେ ୬ହଜାର ଟଙ୍କା ଦେବାରୁ ସମ୍ପୃକ୍ତ ସୁରକ୍ଷାକର୍ମୀ ରକ୍ତଦାତା ଯୋଗାଡ଼ କରିଥିଲେ। କିନ୍ତୁ ଏବେ ଆହୁରି ରକ୍ତ ଆବଶ୍ୟକ ଥିବାବେଳେ ଦୁର୍ଯ୍ୟୋଧନ କେଉଁଠୁ ରକ୍ତଦାତା ଓ ଟଙ୍କା ଯୋଗାଡ଼ କରିବେ ଏବେ ସେଇ ଚିନ୍ତା ତାଙ୍କୁ ଘାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରୁ ମିଳିଲା ନିଖୋଜ ଚାଷୀଙ୍କ ମୃତଦେହ

ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ପଞ୍ଚାୟତ ଗୁଣସାଗର ଗ୍ରାମ ନିକଟ ଚାଷଜମିରୁ ଗୁରୁବାର ସକାଳେ ଜଣେ ବୃଦ୍ଧ ଚାଷୀଙ୍କ ଗଳିତ...

ନବୀନଙ୍କ ବୟାନ, ପୁଣି ପାଣ୍ଡିଆନଙ୍କ ବଢାଇଲା ଚର୍ଚ୍ଚା, ଏବେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ପ୍ରସଙ୍ଗ ପରେ ଏବେ ବିଜେଡିକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ଓ୍ବକଫ୍‌ ବିଲ୍‌କୁ ନେଇ ବିଜେଡି ଏମପିଙ୍କ ମଧ୍ୟରେ ଯେଉଁ ମତଭେଦ...

ଶୁଭାରମ୍ଭ ଅପେକ୍ଷାରେ ‘ଆୟୁଷ୍ମାନ ଯୋଜନା’: ଉପକୃତ ହେବେ ହଜାର ହଜାର ହିତାଧିକାରୀ

ଦାରିଙ୍ଗବାଡ଼ି,୧୦ା୪(ଅରୁଣ ସାହୁ): ଆଉ ମାତ୍ର ୨୪ ଘଣ୍ଟାର ଅପେକ୍ଷା। ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ...

ଭୁବନେଶ୍ୱରରେ ହେବ ୧୦,୦୦୦ ଆସନ ବିଶିଷ୍ଟ ମେଗା କନଭେନସନ୍ ସେଣ୍ଟର, ଏହି ଅଞ୍ଚଳରେ ନିର୍ମାଣ କରିବ OBCC

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରକୁ ଖୁବଶୀଘ୍ର ୧୦,୦୦୦ ଆସନ ବିଶିଷ୍ଟ ମେଗା କନଭେନସନ ସେଣ୍ଟର ମିଳିବ। ଓଡ଼ିଶା ସେତୁ ନିର୍ମାଣ ନିଗମ(OBCC) ଏହାକୁ ECoR ମୁଖ୍ୟାଳୟ ନିକଟରେ...

ନାବାଳିକା ଛାତ୍ରୀ ଅପହୃତ: ଘରୁ ବ୍ୟାଙ୍କ ଜମାଖାତା, ସାର୍ଟିଫିକେଟ୍‌ ସବୁ ଗାଏବ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୦ା୪(ଅଶେଷ ନାଥ ମିଶ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗ୍ରାମର ଜଣେ ନାବାଳିକା କଲେଜ ଛାତ୍ରୀଙ୍କୁ ଘରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି।...

ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରୁ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥାକୁ ପଠାଗଲା

ବଲାଙ୍ଗୀର, ୧୦।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁପୁତ୍ର ବିକ୍ରି ଅଭିଯୋଗ ହୋଇଥିଲା। ଏହି ଘଟଣା ପ୍ରଘଟ ହେବାର କିଛି...

ପାଣ୍ଡିଆନଙ୍କ ଗୁମର ଖୋଲିଦେଲେ ପ୍ରଭାତ, କହିଲେ ଭୟଙ୍କର ଷଡଯନ୍ତ୍ର

ଭୁବନେଶ୍ୱର,୧୦।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ପରେ ଏବେ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଓ୍ବକଫ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ...

ମା’ ଦକ୍ଷିଣକାଳୀଙ୍କ ଦଣ୍ଡଯାତ୍ରା: ଭକ୍ତଙ୍କୁ ଆକୃଷ୍ଟ କରୁଛି ଧୂଳିଦଣ୍ଡ

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ଗଞ୍ଜାମ ଜିଲା ପ୍ରସିଦ୍ଧ ମା’ କାଳୀଙ୍କ ଦଣ୍ଡଯାତ୍ରା ପର୍ବ ଆସନ୍ତା ମେରୁ ସଂକ୍ରାନ୍ତିରେ ଶେଷ ହେବ। ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image