ବୁଦାମୂଳେ ପଡିଥିଲା ରକ୍ତ ଭିଜା ପୁଟୁଳି

ଖଇରା,୨୮।୧୨(ଡି.ଏନ.ଏ.): ମଙ୍ଗଳବାର ଅପରାହ୍ନ ୨ଟା। ବାଲେଶ୍ୱର ଜିଲା ଖଇରା ଥାନା ବାରଭାଗିଆ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁର୍ବୃତ୍ତ ଶିଶୁକୁ ହତ୍ୟା କରି ଲୁଗା ଗଣ୍ଠିଲେ ଗୁଡାଇ ବୁଦାମୂଳକୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହୋଇଥିଲା। ସ୍ଥାନୀୟ ଲୋକେ ପୋଲିସକୁ ଫୋନ ଜଣାଇଥିଲେ।

ଖବର ପାଇ ଥାନା ଆଇଆଇସି ଗଣେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଟୁଳି ଭିତରୁ ପଚା ଗନ୍ଧ ଆସୁଥିବାରୁ ନିଶ୍ଚୟ ଏହା ଏକ ମୃତଦେହ ବୋଲି ସନ୍ଦେହ କରାଯାଉଥିଲା। ହେଲେ ପୁଟୁଳି ଖୋଲିବା ପରେ ଛୋଟବଡ କିଛି ଲୁଗା ଭିତରେ ଏକ ମୂଷା ମରି ପଡିଥିବା ଦେଖିବାକୁ ମିଳିଥିଲା। ଶେଷରେ ଉପସ୍ଥିତ ଗ୍ରାମବାସୀ ହସାହସି ହୋଇ ଘରକୁ ଫେରିଥିଲେ।

Share