ପୁରୀ ୨୪।୧୨ : ଶ୍ରୀମନ୍ଦିର ଭିତର କାଠ ନିକଟରେ ରବିବାର ରକ୍ତଛିଟା ପଡ଼ିଛି । ଏ ନେଇ ମହାପ୍ରଭୁ ମହାସ୍ନାନ ହୋଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଖବର ଅନୁଯାୟୀ, ମହାପ୍ରଭୁଙ୍କ ସକାଳଧୂପ ନୀତି ବଢ଼ିବା ପରେ ଭିତର କାଠ ନିକଟରେ ଜଣେ ଭକ୍ତଙ୍କ ରକ୍ତଛିଟା ପଡିବାରୁ ଶ୍ରୀଜୀଉଙ୍କର ବଡ଼ ମହାସ୍ନାନ ହୋଇଥିଲା।
ତେବେ ବଡ଼ ମହାସ୍ନାନ ଯୋଗୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ।