ସ୍ନାନମଣ୍ଡପରେ ପଡ଼ିଲା ରକ୍ତଛିଟା

ପୁରୀ ଅଫିସ,୪ା୬: ରବିବାର ଶ୍ରୀଜିଉଙ୍କ ସ୍ନାନଯାତ୍ରା ଚାଲିଥିବା ବେଳେ ତିନି ତିନୋଟି ଅଘଟଣ ଘଟିଛି। ସକାଳେ ଜଣେ ଭକ୍ତ ମନ୍ଦିର ଭିତରେ ଦର୍ଶନ କରୁଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଜଣେ ବିଦେଶୀ ବାଇଶି ପାହାଚକୁ ଚଢ଼ି ଯାଇଥିଲେ। ତୃତୀୟରେ ସ୍ନାନମଣ୍ଡପରେ ଶ୍ରୀଜିଉ ବିଦ୍ୟମାନ ହୋଇଥିବା ସମୟରେ ଜଣେ ସେବାୟତଙ୍କ ଗୋଡ଼ରୁ ରକ୍ତ ଝରି ସ୍ନାନ ମଣ୍ଡପରେ ପଡ଼ିଥିଲା। ଫଳରେ ମହାସ୍ନାନ ନୀତି ହେବ। ଏହା ପରେ ଛେରାପହଁରା କରାଯିବ। ହାତୀବେଶ ନୀତି ଅପରାହ୍ନ ୨.୪୦ରେ ସମ୍ପନ୍ନ ହେବା କଥା। ମାତ୍ର ଏପରି ଅଘଟଣ ଯୋଗୁ ଏହା ଦୁଇଘଣ୍ଟା ବିଳମ୍ବ ହେବ ବୋଲି ସୂଚନାରୁ ଜଣାପଡ଼ିଛି।

Share