Categories: ଖେଳ

ନାକରୁ ବାହାରୁଥିଲା ଧାର ଧାର ରକ୍ତ, ପଡିଆ ଛାଡିଲେନି ହିଟ୍‌ମ୍ୟାନ୍‌

ଗୁଆହାଟୀ,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଭାରତ ୨-୦ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ମୋଟ୨୩୭ ରନ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା କେବଳ ୨୨୧ ରନ ସ୍କୋର କରି ମ୍ୟାଚକୁ ୧୬ ରନ୍‌ରେ ହରାଇଥିଲା। ଭାରତର ଏହି ବିଜୟରେ ପ୍ରଥମ ଚାରିଜଣ ବ୍ୟାଟ୍ସମ୍ୟାନ ସର୍ବାଧିକ ସହଯୋଗ କରିଥିଲେ। ରୋହିତ, ରାହୁଲ, ବିରାଟ ଏବଂ ସୂର୍ଯ୍ୟକୁମାର ଚମତ୍କାର ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ସମ୍ମୁଖରେ ୨୦୦ରୁ ଅଧିକ ରନ ସଂଗ୍ରହ କରିଥିଲେ। ଏହା ପରେ ଆଫ୍ରିକୀୟ ଦଳର ପରାଜୟ ପ୍ରାୟ ନିଶ୍ଚିତ ଥିଲା।
ଏହି ମ୍ୟାଚ୍‌ରେ ରୋହିତ ଶର୍ମା ନିଜ ସମର୍ପଣ ଭାବ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ। ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଭାରତୀୟ ଦଳ ବୋଲିଂ କରିଥିଲା ଏବଂ ଏହି ସମୟ ମଧ୍ୟରେ ରୋହିତ ନାକରୁ ରକ୍ତସ୍ରାବ ହୋଇଥିଲା। ତେବେ ହିଟମ୍ୟାନ ପଡ଼ିଆ ଛାଡି ନ ଥିଲେ। ସେ ଟାୱେଲରେ ନାକ ପୋଛିଥିଲେ ଏବଂ ବୋଲର ହର୍ଷଲ ପଟେଲଙ୍କୁ ବୋଲିଂ ନିର୍ଦ୍ଦେଶ ଦେଇଥିଲେ। ସୋସିଆଲ ମିଡିଆରେ ରୋହିତଙ୍କୁ ଏହି କାର୍ଯ୍ୟ ପାଇଁ ବେଶ୍‌ ପ୍ରଶଂସା କରାଯାଉଛି।

Share