ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଖବରଦାତାଙ୍କ ଶରୀରରୁ ବହି ଚାଲିଥିଲା ରକ୍ତ, ମିଳିଲା ନାହିଁ କୌଣସି ସାହାଯ୍ୟ

ଜେରୁଜେଲମ,୧୬।୧୨: ଗାଜାରେ ଇସ୍ରାଏଲର ଆକ୍ରମଣରେ କତାରର ନ୍ୟୁଜ ଚ୍ୟାନେଲ ଅଲ-ଜଜିରାର ଜଣେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ନିହତ ହୋଇଥିବା ଭିଡିଓ ଜର୍ନାଲିଷ୍ଟ ସମେର ଅବୁଦାକା ଏହି ଆକ୍ରମଣରୁ ରକ୍ଷା ପାଇବା ପାଇଁ ତାଙ୍କ ସହକର୍ମୀ ୱେଲ ଦହଦୁହଙ୍କ ସହ ଖାନ ୟୁନିସର ଫରହାନା ସ୍କୁଲକୁ ଯାଇଥିଲେ।
ଅଲ ଜଜିରା ନେଟୱାର୍କ କହିଛି, ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନ କ୍ୟାମେରାମ୍ୟାନ ସମେରଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସାଥୀ ୱେଲ ଗୁରୁତର ଆହତ ହୋଇଥିଲେ। ଦୁହେଁ ଅବରୋଧିତ ଅଞ୍ଚଳରେ ଥିବା ଏକ ସ୍କୁଲରୁ ଖବର ଦେଉଥିଲେ।

ତାଙ୍କ ବାହୁ ଏବଂ କାନ୍ଧରେ ଗୁରୁତର ଆହତ ହୋଇଥିବା ତାଙ୍କ ସହଯୋଗୀ ଅଲ-ଜଜିରାକୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ବେଳେ କହିଥିଲେ ଯେ ଆକ୍ରମଣ ଘଟିବା ପରେ ସେ ସ୍କୁଲରୁ ଦୌଡ଼ି ପଳାଇଥିଲେ। ସେମାନେ କିଛି ଦୂରରେ ଆମ୍ବୁଲାନ୍ସ ପାଇଲେ। ଅଲ-ଜଜିରା ଇସ୍ରାଏଲର ଆକ୍ରମଣକୁ ନିନ୍ଦା କରିଛି ଏବଂ ରିପୋର୍ଟ କରିଛି ଯେ ସମେର ଅବୁଦାକାଙ୍କ ଶରୀରରୁ ୫ଘଣ୍ଟା ଧରି ରକ୍ତସ୍ରାବ ଜାରି ରହିଥିଲେ ମଧ୍ୟ ତାଙ୍କୁ କୌଣସି ସାହାଯ୍ୟ ମିଳି ନଥିଲା ଏବଂ ସେ ମୃତ୍ୟୁବରଣ କରିଥିଲେ।

Share