ଶ୍ରୀମନ୍ଦିରରେ ରକ୍ତଛିଟା, ୨ଥର ମହାସ୍ନାନ

ପୁରୀ ଅଫିସ,୭।୩: କିଛିଦିନର ବ୍ୟବଧାନ ପରେ ଶ୍ରୀମନ୍ଦିରରେ ପୁଣି ରକ୍ତଛିଟା ଓ ବାନ୍ତି ପଡ଼ିଥିଲା। ଫଳରେ ନୀତି ବିଳମ୍ବ ସହ ମହାପ୍ରଭୁଙ୍କୁ ୨ ଥର ମହାସ୍ନାନ କରାଯାଇଛି। ଶନିବାର ପ୍ରଥମେ ଧୁକୁଡ଼ି ଦ୍ୱାର (ଭିତରକାଠ ଓ ବେହରଣ ନିକଟରେ) ରକ୍ତଛିଟା ପଡ଼ିଥିବା ଦେଖାଯାଇଥିଲା। ଫଳରେ ସକାଳ ନୀତିକାନ୍ତିରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏହାପରେ ମହାସ୍ନାନ ନୀତି ସମ୍ପନ୍ନ ହେବା ପରେ ପୁଣି ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ତେବେ ରକ୍ତଛିଟା କେଉଁଠାରୁ ଆସିଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ। ମହାପ୍ରଭୁଙ୍କ ଅବକାଶ ନୀତି ସମୟରେ ସେବାୟତମାନେ ରକ୍ତ ଛିଟା ପଡ଼ିଥିବାର ଦେଖିବା ପରେ ଅବକାଶ ନୀତିକୁ ବନ୍ଦ କରିଥିଲେ। ଏହାପରେ ମହାସ୍ନାନ ନୀତି ବଢ଼ି ୮ଟା ୪୫ ମିନିଟରେ ଶେଷ ହୋଇଥିଲା। ମହାସ୍ନାନ ନୀତି ସମୟରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ସକାଳ ଧୂପ ସରି ପାଣି ପଡ଼ିସାରିବା ପରେ ଜଗମୋହନ ମଧ୍ୟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରିଥିଲେ। ଏଣୁ ପୁଣି ଥରେ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ବଡ ମହାସ୍ନାନ ପୂଜା ଅପରାହ୍ନ ୨ଟା ୪୫ ମିନିଟ୍‌ରେ ଶେଷ ହୋଇଛି। ମଧ୍ୟାହ୍ନ ଧୂପ ବିଳମ୍ବରେ ଅର୍ଥାତ୍‌ ୫ଟା ୪୫ ମିନିଟ୍‌ରେ ଶେଷ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ସହ ୫ ବୋମା ଜବତ

ଜଗତସିଂହପୁର,୯।୩ ସଦର ଥାନା ବଡ଼ ଦେଢ଼ିଲୋରେ ବିପୁଳ ବାଣ ଜବତ ହୋଇଛି। ବାଣ ଜବତ କରିବା ସହ ବେପାରୀଙ୍କୁ ପୋଲିସ ଗିରଫ କରିଛି। ବାରୁଦ, ବାଣ...

ଡହଡହ ନିଆଁରେ ଚାଲିଲେ ମାନସିକଧାରୀ

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): କଥାରେ ଅଛି, ବାର ମାସରେ ତେର ଯାତ୍ରା। ଏଥିମଧ୍ୟରୁ ଗଞ୍ଜାମର ଝାମୁଯାତ୍ରା ଅନ୍ୟତମ। ପ୍ରତିବର୍ଷ ଦୋଳ ଯାତ୍ରା ପୂର୍ବରୁ ଏହି ଯାତ୍ରା ଅନୁଷ୍ଠିତ...

ସାହିତ୍ୟକୁ ବଞ୍ଚାଇବା ପାଇଁ ସାହିତି୍ୟକଙ୍କ ପ୍ରଚେଷ୍ଟା

ଭଞ୍ଜନଗର,୯ା୩(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଓମ୍‌ ସଙ୍ଗୀତ ଏକାଡେମୀ କାର୍ଯ୍ୟାଳୟ ପରିସରରେ ଏକ କବିତା ପାଠୋତ୍ସବ ହୋଇଥିଲା। ଏଥିରେ...

ରକ୍ଷଣାବେକ୍ଷଣ ଅଭାବରୁ ସୌନ୍ଦର୍ଯ୍ୟ ହରାଉଛି ଗଞ୍ଜାମ, ଭାଙ୍ଗିରୁଜି ଗଲାଣି ମହାପୁରୁଷଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୯ା୩(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସୌନ୍ଦର୍ଯ୍ୟ ବଢ଼ାଇବା ଲାଗ ଦୁଇ ବର୍ଷ ତଳେ ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଏବଂ...

ମଞ୍ଚ ନାଟକକୁ ବଞ୍ଚାଇବା ପାଇଁ ପ୍ରୟାସ : ୧୪ରେ ହେବ

ଭଞ୍ଜନଗର,୯।୩(ବାବୁଲା ପ୍ରଧାନ): ଆଧୁନିକ ଯୁଗରେ ମଞ୍ଚ ନାଟକ ଧୀରେଧୀରେ ଲୋପ ପାଇବାକୁ ବସିଛି। ଏହିଭଳି ପରିସ୍ଥିତିରେ ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ଲଣ୍ଡେଇସାହିରେ ଥିବା ତୋଫାନ...

ବିଧାୟକ ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ସୁଦର୍ଶନ ବେହେରା

ପୁରୁଷୋତ୍ତମପୁର,୯ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସି ଓ ତହସିଲ କାର୍ଯ୍ୟାଳୟ ଲାଗି ଖଲ୍ଲିକୋଟ ବିଧାୟକଙ୍କ ପ୍ରତିନିଧି ରୂପେ ସୁଦର୍ଶନ ବେହେରାଙ୍କୁ ନିଯୁକ୍ତି ମିଳିଛି। ଏଥିନେଇ...

ଖେଳୁ ଖେଳୁ ଷ୍ଟିଲ ଗରାରେ ପଶିଲା ୪ ବର୍ଷ ଶିଶୁର ମୁଣ୍ଡ, କଟର୍‌ରେ କାଟି ଉଦ୍ଧାର କଲେ ଡାକ୍ତର

ବଣାଇଁ,୯।୩(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ପୁତ୍ର ଖେଳୁ ଖେଳୁ ମୁଣ୍ଡରେ ଷ୍ଟିଲ ଗରା...

କର୍ନାଟକରେ ଓଡ଼ିଆ ଯୁବକଙ୍କୁ ହତ୍ୟା ଘଟଣା : ଆଜି ଜି. ଉଦୟଗିରିରେ ହେବ ଶେଷ କୃତ୍ୟ

ଦାରିଙ୍ଗବାଡି, ୯।୩ (ଅରୁଣ ସାହୁ ): କର୍ନାଟକର ହାମ୍ପି ନିକଟରେ ଇସ୍ରାଏଲୀ ମହିଳା ପର୍ଯ୍ୟଟକଙ୍କ ସମେତ ୨ ମହିଳାଙ୍କୁ ଦୁର୍ବୁତ୍ତମାନେ ଗଣବଳାତ୍କାର କରିବା ସହ ସେମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image