Categories: ଜାତୀୟ

ଏସିଆରେ ପ୍ରଥମ; ଗୋଟିଏ ବୁନ୍ଦା ରକ୍ତ ନ ବୁହାଇ ହୃତପିଣ୍ଡ ପ୍ରତିରୋପଣ କଲେ ଭାରତୀୟ ଡାକ୍ତର

ନୂଆଦିଲ୍ଲୀ,୨୧।୧୦: ଚିକିତ୍ସା ବିଜ୍ଞାନରେ ବଡ ସଫଳତା ହାସଲ କରିଛି ଭାରତ। ଗୋଟିଏ ବୁନ୍ଦା ରକ୍ତ ନ ବୁହାଇ ସଫଳତାର ସହ ହୃତପିଣ୍ଡ ପ୍ରତିରୋପଣ କରାଯାଇଛି। ଅହମ୍ମଦାବାଦର ମାରେଙ୍ଗୋ ସିଆଇଏମଏସ ହସ୍ପିଟାଲର ଡାକ୍ତର ଧୀରନ ଶାହା ଓ ଧୱାଲ ନାୟକଙ୍କ ଟିମ୍‌ ଏହି ଅପରେଶନ କରିଛନ୍ତି।

ହସ୍ପିଟାଲର ଡାକ୍ତର ରାଜୀବ ସିଂହଲ କହିଛନ୍ତ, ଅହମ୍ମଦାବାଦର ୫୨ ବର୍ଷିୟ ରୋଗୀ ଚନ୍ଦ୍ରପ୍ରକାଶ ଗର୍ଗଙ୍କୁ ହୃତପିଣ୍ଡ ପ୍ରତିରୋପଣ କରିବା ଆବଶ୍ୟକ ଥିଲା। ତେବେ ଏହି ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ହୃତପିଣ୍ଡ ମିଳିଥିଲା। ସେହି ହୃତପିଣ୍ଡକୁ ନୂଆ ଟେକ୍ନୋଲୋଜି ବ୍ୟବହାର କରି ଗର୍ଗଙ୍କ ଶରୀରରେ ପ୍ରତିରୋପଣ କରିଥିଲୁ। ସାଧାରଣତଃ ଏପରି ପରିସ୍ଥିତିରେ ରୋଗୀଙ୍କୁ ୨୫ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଏ କିନ୍ତୁ ଗର୍ଗଙ୍କୁ ୯ଦିନରେ ଡିସଚାର୍ଜ କରାଯିବ ବୋଲି ଡ.ରାଜୀବ କହିଛନ୍ତି।

Share