ପୁରୀ ଅଫିସ,୧୫।୨: ଜଣେ ଯାତ୍ରୀ ସହାୟକ ଏବଂ ସୁଆର ସେବାୟତଙ୍କ ମଧ୍ୟରେ ମାଡପିଟ୍ ଯୋଗୁ ଶ୍ରୀମନ୍ଦିର ଉତ୍ତରଦ୍ୱାରରେ ରକ୍ତଛିଟା ପଡ଼ିଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ଉତ୍ତରଦ୍ୱାର ଦେଇ ମନ୍ଦିରକୁ ଯାଉଥିବା ବେଳେ ଦାମୋଦରଙ୍କ ସହ ତାଙ୍କ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ରାମକୃଷ୍ଣ ଦାମୋଦରଙ୍କ ମୁଣ୍ଡରେ କୁଡୁଆ ପିଟି ଦେଇଥିଲେ। ଫଳରେ ଦାମୋଦରଙ୍କ ମୁଣ୍ଡ ଫାଟି ରକ୍ତ ପଡ଼ିଥିଲା ଉତ୍ତରଦ୍ୱାରରେ। ଏ ଘଟଣାକୁ ନେଇ ସିଂହଦ୍ୱାର ପୋଲିସ ତଦନ୍ତ କରୁଛି।