ଗଞ୍ଜାମ,୧୬।୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଧୀନ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ପୋଲିସ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସୋମବାର ଜବତ କରିଛି। ଜାତୀୟ ରାଜପଥ ପାଟ୍ରୋଲିଂ ଏସ୍ଆଇ ନୀଳାଚଳ ସେଠୀ, ହୁମା ଫାଣ୍ଡି ଏଏସ୍ଆଇ ବୈବସ୍ବତ ପ୍ରଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।
ଅନ୍ୟପକ୍ଷେ ବ୍ୟକ୍ତିଙ୍କ ପାଟି, ନାକରୁ ରକ୍ତସ୍ରାବ ହୋଇଛି। ଫଳରେ ତାଙ୍କୁ କେହି ପିଟିପିଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ପାଟ୍ରୋଲିଂ ଅଧିକାରୀ ସେଠୀ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଛତ୍ରପୁର ମେଡିକାଲ ପଠାଇଥିବା ହୁମା ଏସ୍ଆଇ ଦେବଦତ୍ତ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି।