ଲିବିୟାରେ ରକ୍ତାକ୍ତ ସଂଘର୍ଷ: ୨୭ ମୃତ, ୧୦୦ରୁ ଅଧିକ ଆହତ…

ତ୍ରିପୋଲି,୧୬।୮ : ଲିବିୟାରେ ପ୍ରତିଦ୍ୱନ୍ଦ୍ୱୀ ମିଲିସିଆ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ଏଥିରେ ୨୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୦୦ ରୁ ଅଧିକ ଆହତ ହୋଇଛନ୍ତି।

ଲିବିୟାର ରାଜଧାନୀ ତ୍ରିପୋଲରେ ଏହି ସଂଘର୍ଷ ଘଟିଛି। ଏଠାରେ ବାସ କରୁଥିବା ଲୋକେ ବାସିନ୍ଦାମାନେ ଭୟରେ ସେମାନଙ୍କ ଘରେ ଫସି ରହିଛନ୍ତି। ମେଡିକାଲ ଅଧିକାରୀମାନେ ମୃତକ ଏବଂ ଆହତଙ୍କ ବିଷୟରେ ସୂଚନା ଦେଇଛନ୍ତି।

ଏହା ଚଳିତ ବର୍ଷ ତ୍ରିପୋଲିରେ ଘଟିଥିବା ସବୁଠାରୁ ଭୟଙ୍କର ସଂଘର୍ଷ ବୋଲି କୁହାଯାଉଛି। ଜଣେ ଅଧିକାରୀ କହିଛନ୍ତି ମୃତକଙ୍କ ମଧ୍ୟରେ ପ୍ରତିପକ୍ଷ ବିରୋଧୀ ଗୋଷ୍ଠୀର ସଦସ୍ୟ ଅଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ମୃତକଙ୍କ ମଧ୍ୟରେ କେତେ ଜଣ ସାଧାରଣ ନାଗରିକ ତାହା ସ୍ପଷ୍ଟ ହୋଇନାହିଁ।

ଲିବିୟାର ମାନବିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ସମୟରେ ନିୟୋଜିତ ମେଡିକାଲ ସଂସ୍ଥା ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର ଏବଂ ସହାୟତା ପକ୍ଷରୁ ବୁଧବାର ସକାଳେ କୁହାଯାଇଛି ସଂଘର୍ଷ ଯୋଗୁ ସମଗ୍ର ଦେଶରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ୪୪୪ ବ୍ରିଗେଡର ଯୋଦ୍ଧା ଏବଂ ସ୍ବତନ୍ତ୍ର ନିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ହୋଇଥିଲା।

ରିପୋର୍ଟରେ କୁହାଯାଇଛି ୪୪୪ ବ୍ରିଗେଡର ଜଣେ ବରିଷ୍ଠ କମାଣ୍ଡର ମହମୁଦ ହାମଜାଙ୍କୁ ପୂର୍ବ ଦିନ ତ୍ରିପୋଲି ବିମାନବନ୍ଦରରେ ଏକ ପ୍ରତିଦ୍ୱନ୍ଦୀ ଗୋଷ୍ଠୀ ଗିରଫ କରିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା।

 

Share