ନିର୍ବାଚନ ଡ୍ୟୁଟି ସମୟରେ ଚାଲିଗଲା ବିଏଲ୍‌ଓଙ୍କ ଜୀବନ

ଯାଜପୁର,୧ା୬(ହର୍ଷବର୍ଦ୍ଧନ ବେହେରା): ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଜଣେ ବିଏଲ୍‌ଓଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲା ବିଞ୍ଝାରପୁରରେ। ଓଳେଇ-ଚନ୍ଦନପୁରର ୧୫୭ ନଂ ବୁଥ୍‌ରେ କାର୍ଯ୍ୟରତ ବିଏଲ୍‌ଓ ମନୋରଞ୍ଜନ ସାହୁ(୫୬)ଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି। ତାଙ୍କ ଘର ଫତେପୁର ଗ୍ରାମର ନଛିପୁରରେ। ସେ ରଥ ସାମଲ ନୋଡାଲ ବିଦ୍ୟାଳୟ,ଓଳେଇ-ଚନ୍ଦନପୁର କାର୍ଯ୍ୟରତ ଶିକ୍ଷକ ଥିଲେ। ଆଜି ବୁଥ୍‌ରେ କାର୍ଯ୍ୟରତ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Share