ରୁଷିଆରେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ

ମସ୍କୋ,୨୬।୭: ରୁଷିଆରେ ଏଣିକି ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର ନିଷିଦ୍ଧ। ରାଷ୍ଟ୍ରପତି ଭ୍ଲାଡିମର ପୁଟିନ୍‌ ଏ ସଂକ୍ରାନ୍ତୀୟ ବିଲ୍‌ରେ ସୋମବାର ସ୍ବାକ୍ଷର କରିଛନ୍ତି। ଲିଙ୍ଗ ପରିବର୍ତ୍ତନ ନେଇ କରାଯାଉଥିବା ଡାକ୍ତରୀ ପ୍ରକ୍ରିୟାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ଏହି ଆଇନ ଅଣାଯାଇଛି। ପୂର୍ବରୁ ରୁଷିଆ ପାର୍ଲାମେଣ୍ଟ ଉଭୟ ଗୃହରେ ଉକ୍ତ ଆଇନ ପାସ୍‌ ହୋଇଥିଲା। ଲିଙ୍ଗ ପରିବର୍ତ୍ତନ ଦ୍ୱାରା ଦେଶର ପାରମ୍ପରିକ ମୂଲ୍ୟ ପ୍ରଭାବିତ ହେଉଥିବା ଯୋଗୁ ଏହି ଆଇନ ଅଣାଯାଇଥିବା କୁହାଯାଇଛି। ଖାଲି ଅସ୍ତ୍ରୋପଚାର ନୁହେଁ, ବରଂ ଲିଙ୍ଗ ପରିବର୍ତ୍ତନ ପାଇଁ କରାଯାଉଥିବା ହରମୋନାଲ ଥେରାପିକୁ ମଧ୍ୟ ନୂଆ ଆଇନରେ ବ୍ୟାନ୍‌ କରାଯାଇଛି। ଆଇନ ପାଇଁ ଏଲ୍‌ଜିବିଟିକ୍ୟୁ କମ୍ୟୁନିଟି ଲୋକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ରହିଥିବା ସାମାଜିକକର୍ମୀ କହିଛନ୍ତି। ଲିଙ୍ଗ ପରିବର୍ତ୍ତନ ନ କରିପାରି ଅନେକେ ଆତ୍ମହତ୍ୟା କରିବା ସହ ଜୀବନ ହାରିବାର ଉଦ୍ୟମ କରିପାରନ୍ତି। ୨୦୨୦ରେ ଦେଶରେ ସମଲିଙ୍ଗୀ ବିବାହ ବ୍ୟାନ୍‌ କରାଯାଇଥିଲା। ତେବେ ଏ ସଂକ୍ରାନ୍ତରେ ସମଲିଙ୍ଗୀଙ୍କ ଠାରେ ଦେଖାଯାଉଥିବା ମାନସିକ ରୋଗର ନିବାରଣ ପାଇଁ ହସ୍ପିଟାଲରେ ସେସ୍କୋଲୋଜିଷ୍ଟ ନିଯୁକ୍ତ କରାଯିବ। ତେବେ ଏହି ନୂଆ ନିୟମକୁ ଖୁବ୍‌ ଶୀଘ୍ର ଲାଗୁ କରାଯିବ।

Share