Categories: ଜାତୀୟ

ଏନଡିଏକୁ ଝଟ୍‌କା! ଅନାସ୍ଥା ପ୍ରସ୍ତାବରେ ବିରୋଧିଙ୍କୁ ସମର୍ଥନ କଲା ଏନଡିଏର ସହଯୋଗୀ ପାର୍ଟି ଏମଏନଏଫ୍‌

ନୂଆଦିଲ୍ଲୀ,୧୦।୮: ତିନି ମାସରୁ ଉର୍ଦ୍ଧ ସମୟ ଧରି ଥମି ନ ଥିବା ମଣିପୁର ହିଂସା ଏବେ ରାଜନୈତିକ ବୟାନବାଜିରେ ପରିଣତ ହୋଇଛି। ହିଂସାକୁ ନେଇ ଦେଶର ପ୍ରଧାନ ସେବକଙ୍କ ନିରବତାରେ ଗୋଟିଏ ଗୋଟିଏ ରାଜ୍ୟ ଜିଅନ୍ତା ଦଗ୍ଧ ହେଉଥିବାବେଳେ କେନ୍ଦ୍ରର ବେପରୁଆପଣ ହିଂସାରେ ଘିଅ ଢାଳିଛି। ତେବେ ମଣିପୁର ହିଂସାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିରବତା ଭାଙ୍ଗିବାକୁ ଗୃହରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ଫେଲ୍‌ ମାରିବା ଭଳି ମନେ ହେଉଛି। ଆଉ ଗୋଟିଏ ଦିନ ପରେ ମୌସୁମୀ ଅଧିବେଶନ ସରିବାକୁ ଯାଉଥିବାବେଳେ ଏଯାଏଁ ହିଂସାର କୌଣସି ନିଷ୍କର୍ସ ବାହାରି ପାରିନାହିଁ। ସେପଟେ ଗୁରୁବାର ମୋଦିଙ୍କ ଲୋକସଭାରେ ଅଭିଭାଷଣକୁ ସମସ୍ତେ ଚାହିଁ ବସିଛନ୍ତି। ଦେଖିବା ବାକି ରହିଲା ଦେଶର ପ୍ରଧାନ ସେବକ ମୌସୁମୀ ଅଧିବେଶନର ପ୍ରଥମ ଦିନ ପରି ୩୪ସେକେଣ୍ଡର ଭାଷଣ ଦେଇ ହୃଦୟ ନ ଭାଙ୍ଗନ୍ତୁ।

ତେବେ ହୃଦୟ ଭାଙ୍ଗିବା କଥାରୁ ଜଣାପଡିଛି କି, ସତରେ ହିଁ ଏନଡିଏକୁ ଏକ ଶକ୍ତ ଝଟକା ଲାଗିଛି।
ମିଜୋରାମରେ ଏନଡିଏର ସହଯୋଗୀ ପାର୍ଡି ମିଜୋ ନ୍ୟାସନାଲ ଫ୍ରଣ୍ଟ (ଏମଏନଏଫ) ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏନେଇ ଲୋକସଭା ସାଂସଦ ସି ଲାଲୋସଙ୍ଗା ଗୁରୁବାର ସଂସଦରେ କହିଛନ୍ତି।

ସାଂସଦ ସି ଲାଲୋସଙ୍ଗା କହିଛନ୍ତି, ମଣିପୁର ସରକାର ଓ ପଡୋଶୀ ରାଜ୍ୟରେ ଜାତିଗତ ହିଂସାକୁ ସମାଧନା କରିବାରେ କେନ୍ଦ୍ରର ବିଫଳତାକକୁ ଦୃଢ ନିନ୍ଦା କରୁଛୁ। କେନ୍ଦ୍ରର ବିଫଳତା ପାଇଁ ଆମେ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବୁ। ମୁଁ କଂଗ୍ରେସକୁ ସମର୍ଥନ କରୁ ନାହିଁ କିମ୍ବା ଭାଜପା ବିରୋଧରେ ଚାହୁଁନାହିଁି। ବିଶେଷକରି ମଣିପୁର ସରକାରଙ୍କ ସମ୍ପୂର୍ଣ୍ଣ ବିଫଳତା କାରଣରୁ ହିଂସା ପରିସ୍ଥିତି ଉପୁଜୁଛି। ତେଣୁ ମୁଁ ଅନାସ୍ଥାକୁ ଭୋଟ ଦେବାକୁ ଚାହୁଁଛି।

ଦଳର ସଭାପତି ଜୋରାମଥାଙ୍ଗା, ମିଜୋରାମ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ନେତାଙ୍କ ସହ ଆଲୋଚନା କରିଛି। ସେମାନେ ଏହି ଅନାସ୍ଥାକୁ ସମର୍ଥନ କରିବାକୁ ସହମତ ହୋଇଛନ୍ତି ବୋଲି ଲାଲୋସଙ୍ଗା କହିଛନ୍ତି।

Share