Categories: ବାଣିଜ୍ୟ

ଟିଏସ୍‌ଏଫ୍‌ ପକ୍ଷରୁ ବିଏଲ୍‌ଏସ୍‌ ପ୍ରଶିକ୍ଷଣ

ଭୁବନେଶ୍ୱର,୨୮।୧୨: ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ(ଟିଏସ୍‌ଏଫ୍‌) ପକ୍ଷରୁ ବାଲେଶ୍ୱରର ବ୍ରାହ୍ମଣୀପାଳଠାରେ ଏକ ବେସିକ୍‌ ଲାଇଫ୍‌ ସପୋର୍ଟ (ବିଏଲ୍‌ଏସ୍‌) ପ୍ରଶିକ୍ଷଣ ଶିବିର (କାର୍ଯ୍ୟକ୍ରମ) ଆରମ୍ଭ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି, ସ୍ଥାନୀୟ ଅଞ୍ଚଳରେ ପ୍ରଶିକ୍ଷିତ, ଇଚ୍ଛୁକ ଏବଂ ଦକ୍ଷ ପ୍ରାଥମିକ ପ୍ରତିକ୍ରିୟା ପ୍ରଦାନକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସମୂହ ସୃଷ୍ଟି କରିବା, ଯାହା ଜୀବନ ପ୍ରତି ବିପଜ୍ଜନକ ପ୍ରାକ୍‌-ଡାକ୍ତରଖାନା ପରିସ୍ଥିତିରେ ପ୍ରଭାବଶାଳୀ ବିଏଲ୍‌ଏସ୍‌ ପ୍ରଦାନ କରିବାରେ ସକ୍ଷମ ହେବେ। ଏହା ବ୍ୟତୀତ ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିରେ ତୁରନ୍ତ ମୁକାବିଲା ପାଇଁ ପ୍ରସ୍ତୁତ ହୋଇପାରିବେ। ଏପରିକି ଏକ ଗୋଷ୍ଠୀ ଗଠନକରି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍‌ଆର୍‌) ପାଇଁ ଉକ୍ତ ଗୋଷ୍ଠୀ ମୁକାବିଲା କ୍ଷମତା ବୃଦ୍ଧି କରିବା ଉକ୍ତ ପଦକ୍ଷେପର ମୂଳଲକ୍ଷ୍ୟ ବୋଲି କୁହାଯାଇଛି। ସେହିଭଳି ଟିଏସ୍‌ଏଫ୍‌ ସିଏସ୍‌ଆର୍‌ ପଦକ୍ଷେପର ଏକ ଅଂଶ ଭାବେ କାର୍ଡିଓପଲ୍‌ମୋନାରି ରିସ୍‌ସିଟେସନ (ସିପିଆର୍‌), ଶ୍ୱାସକ୍ରିୟା ପ୍ରତିକ୍ରିୟା ଏବଂ ଆକସ୍ମିକ ମାମଲା ପରିଚାଳନା ଆଦିକୁ ନେଇ ବିଏଲ୍‌ଏସ୍‌ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ଟାଙ୍ଗିରିଆପାଳ, ରାସୋଳ, କିଆଝର, ଦେଉଳକଣା ଓ ରାଧିକାଦେଇପୁର ଭଳି ଗ୍ରାମପଞ୍ଚାୟତରେ ୩୯ଟି ଅଧିବେଶନ ଜରିଆରେ ୧୦୨୩ ଜଣ ଉପକୃତ ହୋଇଛନ୍ତି। ଅପରପକ୍ଷରେ ଜୟନ୍ତ କୁମାର ତ୍ରିପାଠୀ (ମେଡିକାଲ ପ୍ରଫେସନାଲ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟିଏସ୍‌ଏଫ୍‌ ବ୍ରାହ୍ମଣୀପାଳ ୟୁନିଟ୍‌ର ସୌଭାଗ୍ୟ କୁମାର ଦାସ ଉକ୍ତ ଅଧିବେଶନରେ ମାଷ୍ଟର ଟ୍ରେନର ଭାବେ କାର୍ଯ୍ୟ କରିଥିଲେ।

Share