ଭୁବନେଶ୍ୱର,୨୮।୮: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଦକ୍ଷତା ବିକାଶ କେନ୍ଦ୍ର ବ୍ଲୁ ଡ୍ରେକ୍ ଏକାଡେମୀ ଭୁବନେଶ୍ୱରର ଆମ୍ରି ହସ୍ପିଟାଲ ରୋଡରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ସମାଜିକକର୍ମୀ ଶୁଭଶ୍ରୀ ଦାସ, ଶିଳ୍ପୋଦ୍ୟୋଗୀ ସଂଘମିତ୍ରା ମୁଦୁଲି, ସୁନୀଲ ନାୟକଙ୍କ ସମେତ ଓ୍ବାର୍ଡ ନଂ. ୪୯ କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ଓ ଅନ୍ୟମାନେ ଯୋଗ ଦେଇଥିଲେ।
ଏ ସମ୍ପର୍କରେ ବ୍ଲୁ ଡ୍ରେକ୍ ଏକାଡେମୀର ମୁଖ୍ୟ ଲୋପାମୁଦ୍ରା ପ୍ରଧାନ କହିଥିଲେ, ପ୍ରତିଷ୍ଠାନ ପକ୍ଷରୁ ଆଗାମୀ ଦିନରେ ଅନେକ କର୍ମଶାଳା ସହିତ ଆଶାୟୀ ଛାତ୍ରୀଛାତ୍ରଙ୍କୁ ବିଦେଶରେ ମଧ୍ୟ ଇଣ୍ଟନସିଭ ସୁବିଧା ଯୋଗାଇ ଦେବାର ସୁଯୋଗ ଦିଆଯିବ। ସେହିଭଳି ମହିଳା ଉଦ୍ୟୋଗୀ ଏବଂ ଜନ ମଙ୍ଗଳ ଆଦି କ୍ଷେତ୍ର ଉପରେ ଏକାଡେମୀ କାର୍ଯ୍ୟ କରିବ। ଫଳରେ ଛାତ୍ରୀଛାତ୍ରମାନେ ଶିକ୍ଷା ଶେଷ ପରେ ସ୍ବାବଲମ୍ବୀ ହୋଇପାରିବେ। ଉଲ୍ଲେଖଯୋଗ୍ୟ, ବିଜୁ ପଟ୍ଟନାୟକ ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ଦ୍ୱାରା ସ୍ବୀକୃତିପ୍ରାପ୍ତ ବ୍ଲୁ ଡ୍ରେକ୍ ଏକାଡେମୀ ବିଭିନ୍ନ ପ୍ରକାରର ଦକ୍ଷତାବିକାଶ ଶିକ୍ଷା ପ୍ରଦାନ କରିବ।