ଚନ୍ଦ୍ରର ସ୍ପଷ୍ଟ ଚିତ୍ର ପଠାଇଲା ‘ବ୍ଲ୍ୟୁ ଘୋଷ୍ଟ’

ଓ୍ବାଶିଂଟନ୍‌, ୨୮।୨:ଆମେରିକୀୟ ଘରୋଇ ଏରୋସ୍ପେସ୍‌ କମ୍ପାନୀ ‘ଫାୟାରଫ୍ଲାଏ ଏରୋସ୍ପେସ୍‌’ର ‘ବ୍ଲ୍ୟୁ ଘୋଷ୍ଟ’ ମହାକାଶ ଯାନ ଚନ୍ଦ୍ରପୃଷ୍ଠରେ ନିଜ ଲକ୍ଷ୍ୟର ନିକଟତର ହେବାରେ ଲାଗିଛି। ଅବତରଣ କରିବାର କିଛିଦିନ ପୂର୍ବରୁ ଏହା ଚନ୍ଦ୍ରର ବିସ୍ତୃତ ଭିଜୁଆଲ ପଠାଇଛି, ଯାହାକୁ ଫାୟାରଫ୍ଲାଏ ଏରୋସ୍ପେସ୍‌ ପକ୍ଷରୁ ଏକ୍ସ’ରେ ଶେୟାର କରାଯାଇଛି। ଚଳିତ ମାସରେ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିବା ଏହି ଲୁନାର ଲାଣ୍ଡର ୧୨୦ କି.ମି. ଉପରୁ ଉକ୍ତ ଫୁଟେଜକୁ ରେକର୍ଡ କରିଥିଲା। ଏହି ଫୁଟେଜ୍‌ରେ ଚନ୍ଦ୍ରର ବିସ୍ତୃତ ଦୃଶ୍ୟକୁ ଦେଖିବାକୁ ମିଳିଛି, ଯେଉଁଥିରେ ଏହାର ଦୁର୍ଗମ ଏବଂ ଅସମତଳ ଭୂମି ସହ ବିଭିନ୍ନ ଗର୍ତ୍ତ ଥିବା ସ୍ଥାନକୁ ଦେଖିବାକୁ ମିଳିଛି।
ସେହିପରି ଏହି ଭିଡିଓରେ ଚନ୍ଦ୍ରର ଲୁକ୍କାୟିତ ପାର୍ଶ୍ୱକୁ ଦେଖିବାକୁ ମିଳିଛି, ଯାହାକୁ ପୂର୍ବରୁ କେବେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ଚନ୍ଦ୍ରର ଏହି ଲୁକ୍କାୟିତ ପାର୍ଶ୍ୱ ପୃଥିବୀରୁ ଦୃଶ୍ୟମାନ ହୁଏନାହିଁ ବୋଲି ବୁଧବାର ‘ବ୍ଲ୍ୟୁ ଘୋଷ୍ଟ’ର ଉପମୁଖ୍ୟ ଇଞ୍ଜିନିୟର ଯୋଶେଫ ମାର୍ଲିନ କହିଛନ୍ତି। ଚନ୍ଦ୍ରର ଚତୁଃପାର୍ଶ୍ୱରେ ବ୍ଲ୍ୟୁ ଘୋଷ୍ଟ ପରିକ୍ରମା କରୁଥିବା ସମୟରେ ଉକ୍ତ ଫୁଟେଜକୁ ନିଆଯାଇଛି। ଏହି ଫୁଟେଜରୁ ବୈଜ୍ଞାନିକମାନଙ୍କୁ ଚନ୍ଦ୍ର ଭୂବିଜ୍ଞାନ ବିଷୟରେ ମୂଲ୍ୟବାନ୍‌ ସୂଚନା ମିଳିଥିବା ଯୋଶେଫ କହିଛନ୍ତି। ସେ ଏହି ଫୁଟେଜକୁ ଭରପୂର ପ୍ରଶଂସା ମଧ୍ୟ କରିଛନ୍ତି। ଚନ୍ଦ୍ରର ଏପରି ବିସ୍ତୃତ ଦୃଶ୍ୟ ଦେଖିବାର ଅନୁଭୂତି ଅବିଶ୍ୱସନୀୟ ହୋଇଥିବା ସେ କହିଛନ୍ତି। ଆସନ୍ତା ମାର୍ଚ୍ଚ ୨ରେ ବ୍ଲ୍ୟୁ ଘୋଷ୍ଟ ମହାକାଶଯାନ ମାରେ କ୍ରିସିୟମରେ ଲାଣ୍ଡିଂ କରିବ ବୋଲି ତାରିଖ ସ୍ଥିର ହୋଇଥିବା ସେ ସୂଚନା ଦେଇଛନ୍ତି।
ଗତ ଜାନୁଆରୀ ୧୫ରେ ଫ୍ଲୋରିଡାର କେନେଡ଼ି ସ୍ପେସ୍‌ ସେଣ୍ଟରରୁ ବ୍ଲ୍ୟୁ ଘୋଷ୍ଟ ଲୁନାର ଲାଣ୍ଡରକୁ ଲଞ୍ଚ୍‌ କରାଯାଇଥିଲା। ସ୍ପେସ୍‌ ଏକ୍ସ’ର ଫାଲ୍‌କନ-୯ ରକେଟରୁ ଅଲଗା ହେବା ପରେ ଟେକ୍ସାସରେ ଥିବା ସ୍ପେସ୍‌ ଏକ୍ସ ମିଶନ ଅପରେଶନ ସେଣ୍ଟର ପକ୍ଷରୁ ଏହାର ଗତିବିଧି ଉପରେ ନଜର ରଖାଯାଇଛି। ଚନ୍ଦ୍ରକୁ ଯିବା ପୂର୍ବରୁ ଏହି ମହାକାଶଯାନ ୨୫ ଦିନ ପର୍ଯ୍ୟନ୍ତ ପୃଥିବୀର ପରିକ୍ରମା କରିଥିଲା। ପରେ ଏହାକୁ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବାକୁ ୪ ଦିନ ସମୟ ଲାଗିଥିଲା। ଫେବୃଆରୀ ୧୩ରୁ ବ୍ଲ୍ୟୁ ଘୋଷ୍ଟ ଚନ୍ଦ୍ରର ପରିକ୍ରମା କରିଆସୁଛି। ଚନ୍ଦ୍ରରେ ବ୍ଲ୍ୟୁ ଘୋଷ୍ଟର ସଫଳ ପରିକ୍ରମା ଏବଂ ଏହାର ଆଗାମୀ ଲାଣ୍ଡିଂ ଚନ୍ଦ୍ର ସମ୍ବନ୍ଧିତ ବିଭିନ୍ନ ଗବେଷଣାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକମାନେ ବିଶ୍ୱାସ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଇଲା ବୋଝେଇ ଟ୍ରେନ୍‌ରେ ଲାଗିଲା ନିଆଁ

ସୋର,୧୬।୪: ବାଲେଶ୍ୱର ଜିଲା ସୋର ନିକଟରେ ଏକ କୋଇଲା ବୋଝେଇ ଟ୍ରେଟ୍‌ରେ ଅଗ୍ନିକାଣ୍ଡ ଘଟିଛି। ସୋର ଷ୍ଟେସନ ନିକଟରେ ୨ଟି ବଗିରେ ନିଆଁ ଲଗିଥିବା ଦେଖିବାକୁ...

ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଲକ୍ଷାଧିକ ଟଙ୍କା ଜବତ

ଭବାନୀପାଟଣା,୧୬।୪(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି(ଗାଇନିକ) ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର...

ଘରୁ ବାହାରିଲେ ପାଦେପାଦେ ବିପଦ: ଏଣିକି  ନିଜ ଲଢ଼େଇ ନିଜର, ତାଲିମ ନେବାକୁ ଅଧ୍ୟକ୍ଷ ଦେଲେ ଆହ୍ବାନ 

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ ହୋଇଛି। ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ...

Watch Video:ମ୍ୟାଚ୍‌ ବିଜୟ ପରେ ବି ଥରୁଥିଲେ ପଞ୍ଜାବ ମାଲିକାଣୀ: କୋଚ୍‌ଙ୍କୁ କହିଲେ, ମୋତେ ଦେଖ…

ଚଣ୍ଡିଗଡ,୧୬।୪: ଏକ ରୋମାଞ୍ଚକ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ୧୬ ରନରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ୧୧୨ ରନର ବିଜୟ...

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

ନିର୍ବାଚନ ପୂର୍ବରୁ ସ୍ବାୟତ୍ତତା ଉଦ୍ୟମ: ଉଚ୍ଚସ୍ତରୀୟ କମିଟି ଗଢ଼ିଲେ ଷ୍ଟାଲିନ୍‌

ଚେନ୍ନାଇ,୧୬।୪:ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌. କରୁଣାନିଧି କେନ୍ଦ୍ର-ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପୂର୍ବରୁ ପି.ଭି. ରାଜମାନ୍ନାର କମିଟି ଗଠନ କରିଥିଲେ।...

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ...

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image