Categories: ଜାତୀୟ

ମୋହନ ଭାଗଓ୍ବତଙ୍କ ସମେତ ବହୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପୁଣି ରିଷ୍ଟୋର କରିବା ପରେ ଟୁଇଟର୍‌ ଏବେ ବିବାଦରେ ଘେରରେ ଛନ୍ଦି ହୋଇ ପଡ଼ିଛି। ଟୁଇଟର୍‌ ପକ୍ଷରୁ ମୋହନ ଭାଗଓ୍ବତଙ୍କ ସମେତ ବହୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଦିଆଯାଇଛି। ଏହାକୁ ନେଇ ଦେଶରେ ହଇଚଇ ସୃଷ୍ଟି ହୋଇଛି। କିଛି ଦିନ ଧରି ଆକାଉଣ୍ଟ୍‌ ଲଗ୍‌ଇନ୍‌ ନ ହେବାରୁ ଏଭଳି ହୋଇଥିବା ଟୁଇଟର୍‌ ପକ୍ଷରୁ ସଫେଇ ଦିଆଯାଇଛି। ଏହାକୁ ଭେରିଫାଏ କରାଯିବା ପରେ ଖୁବ୍‌ ଶୀଘ୍ର ରିଷ୍ଟୋର କରି ଦିଆଯିବ ବୋଲି କୁହାଯାଇଛି। ଭାଗଓ୍ବତଙ୍କ ଆକାଉଣ୍ଟ ୨୦୧୯ ମେ’ରେ ତିଆରି କରାଯାଇଥିଲା। ସୂଚନାଯୋଗ୍ୟ ଶନିବାର ସକାଳେ ଉପରାଷ୍ଟ୍ରପତିଙ୍କ ଟୁଇଟର ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟିବାର ୨ ଘଣ୍ଟା ପରେ ଏହାକୁ ରିଷ୍ଟୋର କରାଯାଇଥିଲା।

Share