ଓ୍ବାଶିଂଟନ,୧୨।୪: ଯେବେଠାରୁ ଟୁଇଟରକୁ ଏଲନ ମସ୍କ କିଣି ନେଲେଣି ସେବେଠାରୁ ଟୁଇଟରର ବ୍ଲୁ ଟିକକୁ ନେଇ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। ତାଜା ସୂଚନା ଅନୁଯାୟୀ, ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ। ସୂଚନାଯୋଗ୍ୟ, ୧ ଏପ୍ରିଲରେ ବ୍ଲୁ ବ୍ୟାଜ ହଟାଇବାର ଖବର ଆସିଥିଲା। ହେଲେ ଏଥର ମସ୍କ ନିଜ ଟୁଇଟର ହ୍ୟାଣ୍ଡେଲରେ ବ୍ଲୁଟିକ ହଟାଇବା ସୂଚନା ଦେଇଛନ୍ତି। ଏବେ ଦେଖିବା ଯେ ଏହା କାର୍ଯ୍ୟକାରୀ ହେଉଛି ନା ନାହିଁ।
Final date for removing legacy Blue checks is 4/20
— Elon Musk (@elonmusk) April 11, 2023