Categories: ଜାତୀୟ

ଜାତୀୟ ରାଜନୀତିରେ ଦିଦିଙ୍କ ଏଣ୍ଟ୍ରି ଲାଗି ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ …

କୋଲକାତା,୧୦।୭: ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ସ୍ଥିତି ସୁଦୃଢ଼ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏବେ ଜାତୀୟ ରାଜନୀତିରେ ଏଣ୍ଟ୍ରି କରିବାକୁ ଉଦ୍ୟମ କରୁଛି। ଜାତୀୟ ରାଜନୀତିକୁ ଦିଦିଙ୍କୁ କିଭଳି ଅଣାଯିବ ସେ ନେଇ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରାଯାଇଛି। ଏନେଇ ଦିଦି ପ୍ରଶାନ୍ତ କିଶୋର(ପିକେ)ଙ୍କ ସହିତ ୩ ଘଣ୍ଟା ଆଲୋଚନା କରିଛନ୍ତି। ଜାତୀୟ ସ୍ତରୀୟ ରରନୀତି ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିବା କୁହାଯାଉଛି। ଜାତୀୟ ରାଜନୀତିରେ ତୃଣମୂଳ କଂଗ୍ରେସର ପ୍ରବେଶ ନେଇ ଜିଲାସ୍ତରୀୟ ସଂଗଠନରେ ପରିବର୍ତ୍ତନ ମଧ୍ୟ କରାଯାଇଛି। ଦଳରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପବଦୀ ପ୍ରଦାନ କରାଯାଇ ସଂଗଠନକୁ ସୁଦୃଢ଼ କରାଯିବାର ଉଦ୍ୟମ ଆରମ୍ଭ ହୋଇଛି। ଜୁଲାଇ ଶେଷ ଅବା ଅଗଷ୍ଟରେ ଜାତୀୟ ରାଜନୀତିରେ ଦିଦିଙ୍କ ପ୍ରବେଶ ସମ୍ପର୍କିତ ପ୍ରସ୍ତୁତି ସମ୍ପର୍କରେ ଘୋଷଣା କରାଯିବାର ସମ୍ଭାବନା ରହିଛି। ମମତା ବାନାର୍ଜୀ ନିଜ ବାସଭବନରେ ପ୍ରଶାନ୍ତଙ୍କ ସହିତ ଆଲୋଚନା କରିଛନ୍ତି।

Share