ରାଜ୍ୟର ବିକାଶ କ୍ଷେତ୍ରରେ ବ୍ଲୁ ପ୍ରିଣ୍ଟ୍‌ର ଆବଶ୍ୟକ

ଭୁବନେଶ୍ୱର, ୧।୯ (ଅଭୟ ଦାଶ): ଉତ୍କଳ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ୟୁସିସିଆଇଏଲ୍‌) ପକ୍ଷରୁ ଆୟୋଜିତ ୩ ଦିନିଆ ଗ୍ଲୋବାଲ୍‌ ଟ୍ରେଡ୍‌ ଶୋ’ ‘ରିସର୍ଜେଣ୍ଟ ଓଡ଼ିଶା ୨୦୨୪’ର ଦ୍ୱିତୀୟ ଦିନର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ୨ୟ ଦିନରେ ବିଭିନ୍ନ କ୍ଷେତ୍ରକୁ ନେଇ ସ୍ବତନ୍ତ୍ର ଅଧିବେଶନ ଓ ଆଲେଚନାଚକ୍ରର ଆୟୋଜନ କରାଯାଇଥିଲା। ଏପରିକି ରାଜ୍ୟର ବିକାଶ କ୍ଷେତ୍ରରେ ନୀଳନକ୍ସାର ଆବଶ୍ୟକତା ରହିଛି ବୋଲି ବିଭିନ୍ନ ଆଲୋଚନାରେ ସାମିଲ ଅତିଥି ଓ ଶିଳ୍ପ ବିଶେଷଜ୍ଞମାନେ ବିସ୍ତୃତ ଭାବେ ମତପ୍ରକାଶ କରିଥିଲେ। ୨ୟ ଦିନରେ ପ୍ରତିରକ୍ଷା କ୍ଷେତ୍ରରେ ରହିଥିବା ବ୍ୟାପକ ସୁଯୋଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଅବସରରେ ଇପିକଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କଲ୍ୟାଣ ମହାନ୍ତିଙ୍କ ସମେତ ଏରୋସ୍ପେସ୍‌ର ସିଇଓ ଗୁରୁ ବିଶ୍ୱାଳ, ହାଲ୍‌ (କୋରାପୁଟ) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧାଂଶୁ ମୋହନ ଜେନା, ଇନ୍‌ଫାଣ୍ଟ୍ରିର ପୂର୍ବତନ ଡିଜି ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏ. କେ. ସାମନ୍ତରା ଓ କରୋଜନ ପ୍ରୋଟେକ୍ସନର ଜ୍ଞାନରଞ୍ଜନ ମହାନ୍ତି ଯୋଗଦେଇଥିଲାବେଳେ ୟୁସିସିଆଇଏଲ୍‌ର ବ୍ରିଗେଡିୟର ଏଲ୍‌. ସି . ପଟ୍ଟନାୟକ ସଂଯୋଜକ ଭାବେ ଏହି ଅଧିବେଶନର ପରିଚାଳନା କରିଥିଲେ। ସେହିଭଳି ଓଡ଼ିଶାରେ ଲଜିଷ୍ଟିକ୍ସ ଓ ପରିବହନ ଭିତ୍ତିଭୂମି ସମ୍ପର୍କିତ ଆଲୋଚନାଚକ୍ରରେ ଯୋଗଦେଇ ଆଦାନୀ ପୋର୍ଟସ୍‌ ଆଣ୍ଡ ଏସ୍‌ଇଜେଡ୍‌ର ଗ୍ରୁପ୍‌ ଆଡଭାଇଜର ସୁବ୍ରତ ତ୍ରିପାଠୀ, ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ସୁରେଶ ମିଶ୍ର, ହଂଚ ମୋବିଲିଟି (ଆଭିଏସନ)ର ଏମ୍‌ଡି ଅମିତ ଦତ୍ତା ନିଜ ନିଜର ମତ ଉପସ୍ଥାପନ କରିଥିଲାବେଳେ ୟୁସିସିଆଇଏଲ୍‌ର ଜେ. କେ. ରଥ ଏହି ଅଧିବେଶନର ସଂଯୋଜନା କରିଥିଲେ। ସେହିପରି ନୂଆ ପିଢ଼ିର ଶିଳ୍ପ ଓ ରପ୍ତାନି ସମ୍ଭାବନା ଉପରେ ଆୟୋଜିତ ଆଲୋଚନାଚକ୍ରରେ ଆଇଆଇଟି ଭୁବନେଶରର ନିର୍ଦ୍ଦେଶକ ଶ୍ରୀପଦ କର୍ମାକର, ପିଡବ୍ଲ୍ୟୁସି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁଜୟ ସେଟ୍ଟୀ, ଡନ୍‌ ଆଣ୍ଡ ବ୍ରାଡସିଟର ଉପ ମୁଖ୍ୟ ସୌରଭ କିଶୋର ବକ୍ତାଭାବେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲାବେଳେ ୟୁସିସିଆଇଏଲ୍‌ର ଏସ୍‌.ଏସ୍‌. ମହାନ୍ତି ସଂଯୋଜନା କରିଥିଲେ। ପରିଶେଷରେ ଡିଜିଟାଇଜେଶନ ଓ ଏଆଇ ଫୋକସ ଏମ୍‌ଏସ୍‌ଏମ୍‌ଇ ସହ ସହଜରେ ବ୍ୟବସାୟ କରିବା ଉପରେ ଏକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମ୍‌ଏସ୍‌ଏମ୍‌ଇର ଯୁଗ୍ମ ନିର୍ଦ୍ଦେଶକ ଡିଏଫ୍‌ଓ ପି. କେ. ଗୁପ୍ତା, ପିଡବ୍ଲ୍ୟୁସି (ଇଏସ୍‌ଡିଏମ୍‌) ନିର୍ଦ୍ଦେଶକ ରମେଶ କୁମାର, ଡନ୍‌ ଆଣ୍ଡ ବ୍ରାଡସିଟର ସେଲ୍ସ ନିର୍ଦ୍ଦେଶକ ଅଜୟ ମହସୁର଼ ଓ ଏସାର ମିନମେଟର ନିର୍ଦ୍ଦେଶକ ସଞ୍ଜୟ ପଟ୍ଟନାୟକ ବକ୍ତା ଭାବେ ଯୋଗଦେଇଥିଲେ। ୟୁସିସିଆଇଏଲ୍‌ର ସଞ୍ଜୀବ ମହାପାତ୍ର ଏହି ଅଧିବେଶନକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri