ଭୁବନେଶ୍ୱର ଜମି ଉପରେ ନଜର ରଖିବ ‘ବ୍ଲୁଇସ୍‌’

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜଧାନୀରେ ଥିବା ବହୁମୂଲ୍ୟ ସରକାରୀ ଜମିକୁ ଜଗିବ ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ(ବ୍ଲୁଇସ୍‌)। ଏହା ଏକ ଓ୍ବେବ୍‌ ଓ ମୋବାଇଲ ଆପ୍‌ ଆଧାରିତ ବ୍ୟବସ୍ଥା। ଉଚ୍ଚ ଶକ୍ତିସମ୍ପନ୍ନ ଉପଗ୍ରହ ଚିତ୍ର ମାଧ୍ୟମରେ ଭୁବନେଶ୍ୱର ଅଞ୍ଚଳର ସମସ୍ତ ସରକାରୀ ଜମିକୁ ତଦାରଖ କରାଯିବ। କେଉଁ ସରକାରୀ ଜମିକୁ କେଉଁଠି ଜବରଦଖଲରେ ରଖାଯାଇଛି, ସେହି ଜମିକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ସେ ସମସ୍ତ ସୂଚନା ଉପଗ୍ରହ ଚିତ୍ର ଜରିଆରେ ସରକାର ପାଇବେ। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ବ୍ୟବସ୍ଥାରେ ଥିବା ମୋବାଇଲ ଆପ୍‌ ଜରିଆରେ ଜନସାଧାରଣ ସରକାରୀ ଜମିକୁ ଜବରଦଖଲ ରଖିଥିବା ଲୋକମାନଙ୍କ ବିଷୟରେ ସୂଚନା ଦେଇପାରିବେ। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ୍‌ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବିଭିନ୍ନ କାର୍ଯ୍ୟକୁ ସହଜ କରିବା ପାଇଁ ୫-ଟି ଅଭିନବ ବ୍ୟବସ୍ଥା ଅଧୀନରେ ୮ ବୈଷୟିକ ସମାଧାନ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୫-ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟାଇମ୍‌, ଟ୍ରାନ୍ସଫର୍ମେଶନ) ମଡେଲ୍‌ ୨୦୧୯ରେ ଆରମ୍ଭ କରାଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ପ୍ରତ୍ୟେକ ବିଭାଗ ନିଜର ଲକ୍ଷ୍ୟ ହାସଲ ପାଇଁ ଦ୍ରୁତଗତିରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବା ବ୍ୟବସ୍ଥା ଯୋଗାଇଦେବାକୁ ବାର୍ଷିକ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ।
ଲୋକମାନଙ୍କୁ ହାତପାଆନ୍ତାରେ ସରକାରୀ ସୁବିଧା ଯୋଗାଇବା ଓ ପ୍ରଶାସନିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୫-ଟି ଏବଂ ମୋ ସରକାର ପ୍ରଶାସନିକ ବ୍ୟବସ୍ଥାରେ ଆଖିଦୃଶିଆ ଉନ୍ନତି ଆଣିବାରେ ସହାୟକ ହୋଇଛି। ଭୁବନେଶ୍ୱରରେ ଥିବା ମୂଲ୍ୟବାନ ସରକାରୀ ଜମିଗୁଡିକର ସୁରକ୍ଷା ପାଇଁ ସ୍ପେଶ୍‌ ଟେକ୍ନୋଲୋଜି ଏବଂ ଏଆଇ ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟରେ ପରିଣତ ହୋଇଛି। ଏହି ନୂତନ ବ୍ୟବସ୍ଥା ଦ୍ୱାରା ସରକାରୀ ସମ୍ପତ୍ତିର ସୁରକ୍ଷାକୁ ଦୃଢୀଭୂତ କରିବା ସହ ଲୋକମାନଙ୍କୁ ସରକାରୀ ସମ୍ପତ୍ତିର ଉପଭୋଗ ପାଇଁ ସୁବିଧା ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ପାଇଁ ଆଗାମୀ ଦିନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇ ମୁଖ୍ୟନ୍ତ୍ରୀ କହିଛନ୍ତି ଯେ, ଯେପରି କୌଣସି ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ ଆସିବାକୁ ପଡିବ ସେଥିପାଇଁ ଆମକୁ ସମସ୍ତ ସରକାରୀ ସେବାକୁ ଅନ୍‌ଲାଇନ ବ୍ୟବସ୍ଥା ନିଶ୍ଚିତ କରିବାକୁ ପଡିବ। ଏଥିପାଇଁ ୨୦୨୦ ଅଗଷ୍ଟ ୧୫ ଧାର୍ଯ୍ୟ କରାଯାଇଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀ ପାଇଁ ଉକ୍ତ ସମୟକୁ ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଆସନ୍ତା ଆକ୍ଟୋବର ୨ ଯାଏ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ସମସ୍ତ ସରକାରୀ ସେବାକୁ ଅନ୍‌ଲାଇନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଇ-ପ୍ରବେଶ (ଭିଜିଟର ପାସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ) ଏକ ଓ୍ବେବ୍‌ ଓ ମୋବାଇଲ ଆପ୍‌ ଆଧାରିତ ବ୍ୟବସ୍ଥା। ଏହାଦ୍ୱାରା ଜନସାଧାରଣ ଲୋକସେବା ଭବନ, ଖାରବେଳ ଭବନ ଏବଂ ରାଜୀବ ଭବନକୁ ପ୍ରବେଶ କରିପାରିବେ। ଏଥିରେ ଥିବା କ୍ୟୁଆର୍‌ କୋଡ୍‌ ଜରିଆରେ ପ୍ରବେଶକାରୀଙ୍କୁ ସୁରକ୍ଷା କର୍ମୀମାନେ ଯାଞ୍ଚ କରି ପାରିବେ।
ଇ-ଭବନ(ଓଡ଼ିଶା ଭବନ ମ୍ୟାନେଜମେଣ୍ଟ ସିଷ୍ଟମ) ବ୍ୟବସ୍ଥା ଜରିଆରେ ସରକାରୀ କର୍ମଚାରୀ, ଜନପ୍ରତିନିଧି ଏବଂ ସାଧାରଣ ଲୋକମାନେ ବିଭିନ୍ନ ରାଜ୍ୟରେ ଥିବା ଅତିଥି ଭବନଗୁଡିକୁ ସଂରକ୍ଷଣ କରିପାରିବେ।
ଇ-ଅତିଥି(ଷ୍ଟେଟ୍‌ ଗେଷ୍ଟ ହାଉସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ବ୍ୟବସ୍ଥା ରାଜ୍ୟର ଅତିଥି ଭବନ ପାଇଁ କାର୍ଯ୍ୟ କରିବ। ଭୁବନେଶ୍ୱରରେ ଥିବା ରାଜ୍ୟ ଅତିଥି ଭବନ ପରିଚାଳନା ପାଇଁ ଏହି ଇଣ୍ଟରନେଟ ବ୍ୟବସ୍ଥାକୁ ବ୍ୟବହାର କରାଯିବ।
ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା (ଏଚ୍‌ଆର୍‌ଏମ୍‌ଏସ୍‌-୨.୦) ଏକ ଓ୍ବେବ୍‌ ଓ ମୋବାଇଲ ଆପ୍ଲିକେଶନ ବ୍ୟବସ୍ଥା। ସମସ୍ତ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଏହା ଏକ ସିଙ୍ଗଲ ଓ୍ବିଣ୍ଡୋ ସିଷ୍ଟମ ଭାବେ କାର୍ଯ୍ୟ କରିବ।
ଲିଟିଗେଶନ ମ୍ୟାନେଜମେଣ୍ଟ ସିଷ୍ଟମ୍‌(ଏଲ୍‌ଏମ୍‌ଏସ୍‌ ୨.୦) ଆଇନଗତ ସମସ୍ୟାଗୁଡିକର ରେକର୍ଡ ରଖିବ। ଏହାଦ୍ୱାରା ସରକାର ଓ ସରକାରୀ ଓକିଲମାନଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବ। ଏହା ଅନ୍‌ଲାଇନ ଜରିଆରେ କୋର୍ଟ କେସ୍‌ଗୁଡିକ ପରିଚାଳନା ପାଇଁ ସମସ୍ତ ବ୍ୟବସ୍ଥା କରିବ।
ଓଡ଼ିଶା ରାଇଟ୍‌ ଟୁ ପବ୍ଲିକ ସର୍ଭିସ୍‌ ଆକ୍ଟ(ଓଆର୍‌ଟିପିଏସ୍‌ଏ) ଏକ ଅନ୍‌ଲାଇନ ମଡ୍ୟୁଲ୍‌ ବ୍ୟବସ୍ଥା। ଏହା ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାଗୁଡିକୁ ଏକ ସେଣ୍ଟ୍ରାଲ ମନିଟରିଂ ବ୍ୟବସ୍ଥା ଦ୍ୱାରା ତଦାରଖ କରିବ। ଲୋକମାନଙ୍କର ଆପତ୍ତି ଅଭିଯୋଗ ଶୁଣାଣିର ତଦାରଖ କରିବ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି ଯେ, ସମଗ୍ର ଦେଶରେ ୫-ଟି ପ୍ରଶାସନିକ ବ୍ୟବସ୍ଥା ପାଇଁ ଓଡ଼ିଶା ଏକ ଆଦର୍ଶ ରାଜ୍ୟରେ ପରିଣତ ହୋଇଛି। ୧୦୫ଟି ସରକାରୀ ସେବାକୁ ଅନଲାଇନ ମାଧ୍ୟମରେ ପ୍ରଦାନ କରାଯାଉଛି। ଏଥିପାଇଁ ଗୃହ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ସେ ପ୍ରଶଂସା କରିଛନ୍ତି। ବୈଠକରେ ଗୃହ ବିଭାଗ ସଚିବ ସଞ୍ଜୀବ ଚୋପ୍ରା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ। ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଳି ଫୁଟୁ କି ବୋମା ପଡୁ ଭୟ ନାହିଁ, ବଡ଼ ଆକ୍ରମଣକୁ ରୋକିବ ଏହି ମୁଖ୍ୟମନ୍ତ୍ରୀଙ୍କ ବୁଲେଟ୍‌ପ୍ରୁଫ୍‌ ଗାଡ଼ି

ପାଟ୍‌ନା,୨୭ା୪: ଦେଶରେ ଯେଉଁଭଳି ଭାବରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟିଚାଲିଛି ଏଥିରୁ ରକ୍ଷା ପାଇବା ପାଇଁ ନେତାମନ୍ତ୍ରୀମାନେ ନିଜର ସୁରକ୍ଷା ଚିନ୍ତା କରୁଛନ୍ତି। ଖାସ୍‌ କରି ଏନେଇ...

OCS ମେନ୍‌ ପରୀକ୍ଷାରେ ତ୍ରୁଟି: ଆଜି ଗୋଟିଏ ଦିନରେ ସାମ୍ନାକୁ ଆସିଲା ୨ଟି ବଡ଼ ଭୁଲ୍‌

ଭୁବନେଶ୍ୱର,୨୭ା୪: ରବିବାର ଗୋଟିଏ ଦିନରେ ୨ଟି ବଡ଼ ପରୀକ୍ଷାରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଛି। OSSC ସହ OPSC ପରିଚାଳିତ ପରୀକ୍ଷାରେ ତ୍ରୁଟି ହୋଇଛି। ନୋଟିସ୍‌...

UPSC ପରୀକ୍ଷାରେ କେନ୍ଦୁଝରର ପୁଅ ଅନୁପଙ୍କ ସଫଳତା

କେନ୍ଦୁଝର,୨୭ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ବର୍ଷ ୨୦୨୪ ବର୍ଷର ୟୁପିଏସସି ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ କେନ୍ଦୁଝର ମାଟିର ପୁଅ ଅନୁପ ନାୟକ ସଫଳ...

ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ଉପାୟରେ ମେଥି ସେବନ କରି…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା...

ଭୁବନେଶ୍ୱର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌

ଭୁବନେଶ୍ୱର,୨୭ା୪: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ଭାରତୀୟ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି ରିକି ପଣ୍ଟିଂ, ଦେଉନାହାନ୍ତି ସୁଯୋଗ…

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କିଙ୍ଗ୍ସକୁ ସବୁଠାରୁ ଦୁର୍ବଳ ଦଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image