ଟୁଇଟରକୁ ଟକ୍କର ଦେବ ବ୍ଲୁସ୍କାଏ

ଓ୍ବାଶିଂଟନ୍‌, ୩୧।୧୦: ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ ଟୁଇଟର କିଣିବା ପରେ ଏକାଧିକ ଟପ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଚାକିରିରୁ ବାହାର କରିଦେଇସାରିଲେଣି। ଟିଇଟରକୁ ଏକ ନୂଆ ରୂପରେ ଉପସ୍ଥାପନ କରିବା ପାଇଁ ମସ୍କ ସଜବାଜ ହେଉଥିବାବେଳେ ତାଙ୍କ ଆଗରେ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ପ୍ରକଟ ହେବାରେ ଲାଗିଛି।

ଟୁଇଟର ପୂର୍ବତନ ସହସଂସ୍ଥାପକ ତଥା ସିଇଓ ଜ୍ୟାକ୍‌ ଡୋରସେ ବ୍ଲୁସ୍କାଏ ନାମରେ ଏକ ସୋସିଆଲ ମିଡିଆ ଆପ୍‌ର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଥିବା ନିକଟରେ ଏକ ଖବରଦାତା ସମ୍ମିଳନୀ ଜରିଆରେ କହିଛନ୍ତି। ବର୍ତ୍ତମାନ ବ୍ଲୁସ୍କାଏର ବେଟା ଟେଷ୍ଟିଂ (ଆପ୍‌ଷ୍ଟୋରରେ କୌଣସି ଆପ୍‌ ଉପଲବ୍ଧ ହେବା ପୂର୍ବରୁ କରାଯାଉଥିବା ଫାଇନାଲ ଟେଷ୍ଟିଂ) ଜାରି ଥିବା ଜ୍ୟାକ୍‌ କହିଛନ୍ତି। ଏହାପରେ ଆପ୍‌ର ପ୍ରଟୋକଲର ପରୀକ୍ଷଣ ଆରମ୍ଭ ହେବ, ଯାହା ଏକ ଜଟିଳ ପ୍ରକ୍ରିୟା ବୋଲି କମ୍ପାନୀ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

ଏକ ନେଟଓ୍ବର୍କ ଥରେ ଆରମ୍ଭ ହେଲେ ସେଥିରେ ଅନେକ ପକ୍ଷଙ୍କ ସମନ୍ବୟ ଆବଶ୍ୟକ ପଡ଼ିଥାଏ। ଆପ୍‌ରେ ରହିଥିବା ବ୍ୟତିକ୍ରମକୁ ଖୋଜି ବାହାର କରିବା ପାଇଁ ପ୍ରାଇଭେଟ୍‌ ବେଟା ଟେଷ୍ଟିଂ ଆରମ୍ଭ ହୋଇଛି। ଏକାଧିକ ସାଇଟ୍‌ରେ ବ୍ଲୁସ୍କାଏ ଆପ୍‌ର ବ୍ୟବହାର କରାଯାଇପାରିବ।

Share