Categories: ଜାତୀୟ

ମରାଠି ଭାଷାରେ ଲେଖାଯିବ ଦୋକାନର ସାଇନ ବୋର୍ଡ!

ମୁମ୍ବାଇ,୭ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ମସଜିଦରୁ ଲାଉଡ ସ୍ପିକର ହଟାଇବା ଖଟଣା ମଧ୍ୟରେ ବୃହନମୁମ୍ବାଇ ନଗରପାଳିକା(ବିଏମସି) ଆଉ ଏକ ନିଷ୍ପତ୍ତି ନେଇଛି, ଯାହା ରାଜନୈତିକ ଝଡ ଉଠାଇପାରେ ବୋଲି ଅନୁମାନ କରାଯାଉଛି । ବିଏମସି ସହରରେ ଥିବା ଦୋକାନ ଗୁଡିକର ସାଇନ ବୋର୍ଡକୁ ନେଇ ଏକ ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶରେ ସହରରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଥିବା ସାଇନ ବୋର୍ଡ ଦେବନାଗରି ଲିପିରେ ମରାଠିରେ ବଡ ବଡ ଅକ୍ଷରରେ ଲେଖାଯିବ । ଦୋକାନର ସାଇନ ବୋର୍ଡରେ ପ୍ରଥମେ ମରାଠି ଭାଷାରେ ଲେଖାଯିବ । ଅନ୍ୟ ଭାଷାରେ ଲେଖାଯାଇଥିବା ଶବ୍ଦଠାରୁ ମରାଠି ଭାଷାରେ ଲେଖାଯାଇଥିବା ଶବ୍ଦ ଗୁଡିକର ଅକ୍ଷର ବଡ ରଖିବା ଜରୁରୀ । ଏହାର ଅବମାନନା କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Share