କରୋନାରେ ବିଏମ୍‌ସିର ମୁଖ୍ୟ କିରାଣିଙ୍କ ମୃତ୍ୟୁ: ୧୪ ଦିନ ପାଇଁ ଏସବୁ ବିଭାଗ ବନ୍ଦ, ଏସବୁ ଖୋଲା

ବ୍ରହ୍ମପୁର ଅଫିସ,୧୫।୭: ବ୍ରହ୍ମପୁର ବିଏମସିର ମୁଖ୍ୟ କିରାଣି ଉପେନ୍ଦ୍ର ମାଝିଙ୍କ କରୋନାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରଠୋର ସୂଚନା ଦେଇଛନ୍ତି । ଏହାବ୍ୟତିତ ବିଏମ୍‌ସି କାର୍ଯ୍ୟାଳୟର କିଛି କର୍ମଚାରୀ ମଧ୍ୟ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସେ କହିଛନ୍ତି । ଏ ନେଇ ବୁଧବାରଠାରୁ ଆସନ୍ତା ୧୪ ଦିନ ପାଇଁ ବିଏମ୍‌ସି କାର୍ଯ୍ୟାଳୟ ବନ୍ଦ ରହିବ। କେବଳ କୋଭିଡ କାର୍ଯ୍ୟରେ ନିୟୋଜିତ ବିଭାଗ, ସ୍ବାସ୍ଥ୍ୟ ବିଭାଗ ବ୍ୟତୀତ ସମସ୍ତ ବିଭାଗକୁ ବନ୍ଦ କରାଯାଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Share