ଇ-ରିକ୍ସାରେ ବିଏମ୍‌ସି କମିଶନର

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଇ-ରିକ୍ସାରେ ବସି ବିଏମ୍‌ସି କମିଶନର ତଥା କ୍ରୁଟ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ଏକାମ୍ର କ୍ଷେତ୍ର ପରିଭ୍ରମଣ କରିଛନ୍ତି। ହକି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି କ୍ରୁଟ୍‌ ପକ୍ଷରୁ ‘ହେରିଟେଜ୍‌ ଅନ୍‌ ମୋ ଇ-ରାଇଡ୍‌’ ସେବା ପ୍ରଦାନ କରାଯାଉଛି। ତେବେ ଲୋକଙ୍କୁ ଏହି ସେବା ସମ୍ପର୍କରେ ଅବଗତ କରିବା ପାଇଁ କୁଲାଙ୍ଗେ ଏହି ଯାତ୍ରା କରିଛନ୍ତି। ଏକାମ୍ର କ୍ଷେତ୍ର ବୁଲିବାକୁ ଚାହଁଥିବା ନାଗରିକ ଓ ପର୍ଯ୍ୟଟକ ଇ-ରିକ୍ସାରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ଏକାମ୍ର କ୍ଷେତ୍ର ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ସକାଳ ୭ଟାରୁ ୯ଟା ଏବଂ ଅପରାହ୍ନ ୩ ଟାରୁ ୫ଟା ଦୁଇଟି ପର୍ଯ୍ୟାୟରେ ନିଃଶୁକ୍ଳ ଯାତ୍ରା କରିପାରିବେ ବୋଲି ସୂଚନା ଦିଆଯାଇଛି। ଅନ୍ୟପଟେ ହକି ବିଶ୍ୱକପ୍‌ର ବୈଧ ଟିକେଟ ରଖିଥିବା ଯାତ୍ରୀ ଭୁବନେଶ୍ୱରରୁ ରାଉରକେଲା କ୍ରୁଟ୍‌ର ସ୍ବତନ୍ତ୍ର ସଟଲ୍‌ରେ ନିଃଶୁକ୍ଳ ଯାତ୍ରା କରିପାରୁଛନ୍ତି। ଟିକେଟ ଉପରେ ଲେଖା ଯାଇଥିବା ତାରିଖ ଆଧାରରେ କ୍ରୀଡ଼ାପ୍ରେମୀମାନେ ଏହି ସୁବିଧା ପାଇ ପାଇପାରୁଛନ୍ତି। ସେହିପରି ୨୯ ତାରିଖ ପର୍ଯ୍ୟନ୍ତ ଏହି ସେବା ଭୁବନେଶ୍ୱରର ୩ଟି ରୁଟ୍‌ରେ ଉପଲବ୍ଧ ହେବ। ଡଟ୍‌ଫେଷ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌କୁ ଯିବାକୁ ଥିବା ଯାତ୍ରୀ ଟିକେଟ୍‌ ଦେଖାଇ ଅନୁରୂପ ସୁବିଧା ପାଇପାରିବେ। ଅନ୍ୟପଟେ ଚଳିତମାସରେ ମୋ ବସରେ ଯାତ୍ରୀଙ୍କ ସଂଖ୍ୟ ବଢ଼ିଛି। ଜାନୁଆରୀ ୧ରୁ ୧୫ ତାରିଖ ମଧ୍ୟରେ ମୋଟ୍‌ ୩୩ ଲକ୍ଷ ୬୧ ହଜାର ୮୭୯ ଜଣ ଯାତ୍ରୀ ମୋ ବସରେ ଯାତ୍ରା କରିଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

Heavy Rainfall: ଆଉ ୨୪ଘଣ୍ଟାରେ ପ୍ରବଳ ଝଡବର୍ଷା! ୬ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୧।୪: ଆଉ ୨୪ ଘଣ୍ଟାରେ ହେବ ପ୍ରବଳ ଝଡ଼ ବର୍ଷା। ଏନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟରେ ପୁଣି ହେବ ଉପନିର୍ବାଚନ!

ଭୁବନେଶ୍ୱର, ୧୧ା୪: ରାଜ୍ୟର ପଞ୍ଚାୟତ ସ୍ତରରେ ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପଦକ୍ଷେପ ରାଜ୍ୟ ନିର୍ବାଚନ କମିଶନଙ୍କ ତରଫରୁ...

Kalbaisakhi in Odisha: ଓଡ଼ିଶାରେ କାହିଁକି ହୁଏ କାଳବୈଶାଖୀ, ଅଦିନରେ ଝଡବତାସର କାରଣ…

ଭୁବନେଶ୍ୱର,୧୧।୪: କାଳବୈଶାଖୀ, ଯାହାକୁ ସ୍ଥାନୀୟ ଭାବେ “ନର୍ୱେଷ୍ଟର” ମଧ୍ୟ କୁହାଯାଏ। ଏହା ଏକ ପ୍ରକାରର ବର୍ଷା ଓ ଝଡ଼ତୋଫାନ ଯାହା ଓଡ଼ିଶା ସମେତ ପୂର୍ବ ଭାରତର...

Chilika Lake: ରାତି ଅଧରେ ଚିଲିକା ମଝିରୁ ଶୁଭେ ମୃଦୁ ଗୀତ ଆଉ ଅଜଣା ସ୍ବର! ହଠାତ ଦେଖାଯାଏ ଛାୟା…

ଭୁବନେଶ୍ୱର,୧୧।୪: ଚିଲିକା ହ୍ରଦ, ଓଡ଼ିଶାର ସବୁଠାରୁ ବଡ଼ ଖାରିଆ ପାଣିର ହ୍ରଦ। ଏହା କେବଳ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜୀବବୈଚିତ୍ର୍ୟ ପାଇଁ ନୁହେଁ, ବରଂ...

ଯୁବ ଲେଖକ ସମ୍ମିଳନୀରେ ମତପ୍ରକାଶ: ଯୁବପିଢିଙ୍କ ଲେଖନୀ ମୁନରେ ସମୃଦ୍ଧ ହେବ ଓଡ଼ିଆ ଭାଷା ସାହିତ୍ୟ

ବରଗଡ,୧୧।୪(ପ୍ରେମାନନ୍ଦ ଖମାରୀ): ଭଲ କାହାଣୀ, ଭଲ ନାଟକ ଏବଂ ଭଲ କବିତା ଦ୍ଵାରା ଓଡ଼ିଆ ଭାଷା ତିଷ୍ଠି ରହିପାରିବ । ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା...

ପୀୟୂଷଙ୍କୁ ବ୍ୟାନ୍‌  କରାଯାଇନି : ଯାତ୍ରା ପାର୍ଟି ମାଲିକ

ଭୁବନେଶ୍ୱର,୧୧।୪: ଜଲିଉଡ ହାଇପେଡ ଆକ୍ଟର ପୀୟୂଷ ତ୍ରିପାଠୀ ୧ କୋଟି ୧୫ ଲକ୍ଷ ଟଙ୍କା ଫେରାଇଛନ୍ତି। ସେ ସୂର୍ଯ୍ୟ ମନ୍ଦିରକୁ ୬୦ ଲକ୍ଷ, ସିଂହବାହିନୀକୁ ୫୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image