ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ପ୍ରତିଶତ ରାଜଧାନୀରୁ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରେ କୋଭିଡ ପଜିଟିଭ୍ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଏକ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କିଛିଦିନ ତଳେ ସମ୍ କୋଭିଡ୍ ହସ୍ପିଟାଲରେ ଶଯ୍ୟା ସଂଖ୍ୟ ୨୫ ରୁ ୯୦କୁ ବୃଦ୍ଧି ହୋଇଥିଲା । ତେବେ ସୋମବାର ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କୋଭିଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ସମ୍ କୋଭିଡ୍ ହସ୍ପିଟାଲ ଯାଇ ସେ ସ୍ଥିତି ପରଖିଛନ୍ତି । କୋଭିଡ ହସ୍ପିଟାଲ ବୁଲିବା ସହ ପିପିଇ କିଟ ପିନ୍ଧି ରୋଗୀଙ୍କ କଥାହେବା ସହ ସେ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଆବଶ୍ୟକ ହେଲେ ଆହୁରି ବେଡ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କମିଶନର କହିଛନ୍ତି।